Latest Odisha News

BREAKING NEWS

ଭିସୁଟ ଛାତ୍ରୀ ହତ୍ୟା ମାମଲା: ସସପେନ୍ସ ବଢାଇଲା ଚିନ୍ମୟୀଙ୍କ ବେକରେ ଥିବା କଳା ଦାଗ

ସମ୍ବଲପୁର: ୩ ଦିନ ବିତିଲା । ଭିସୁଟ ଛାତ୍ରୀ ଚନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ନା ଆତ୍ମହତ୍ୟା ତାହା ଏ ଯାଏ ସ୍ପଷ୍ଟ ହୋଇ ପାରିଲା ନାହିଁ । ଏପଟେ ପରିବାର ଲୋକେ ଝିଅକୁ ହତ୍ୟା କରାଯାଇଛି ବୋଲି ଯୁକ୍ତି ବାଢିଛନ୍ତି । ଅନ୍ୟପଟେ ବ୍ୟବଚ୍ଛେଦ ରିପୋର୍ଟ ଆସିଛି, ଚିନ୍ମୟୀଙ୍କର ମୃତ୍ୟୁ ପାଣିରେ ବୁଡି ହୋଇଛି । ଏପରି ସ୍ଥିତିରେ ଚିନ୍ମୟୀଙ୍କ ମୃତ୍ୟୁ ରହସ୍ୟ ଉନ୍ମୋଚନ କରିବା ପାଇଁ ପୋଲିସ ୩ଟି ଗଠନ କରି ତନାଘନା ଆରମ୍ଭ କରିଛି । ଘଟଣାର ଯାଞ୍ଚ ପାଇଁ ଏହି ଟିମ ବଲାଙ୍ଗୀର, ସୋନପୁର ଓ ଭୁବନେଶ୍ୱର ଯାଇଛନ୍ତି ।

ଚିନ୍ମୟୀଙ୍କ ବାପା ଜଣେ ଡାକ୍ତର । ସେ ଶବକୁ ଦେଖିବା ପରେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ।   ସେ କହିଛନ୍ତି, ଚିନ୍ମୟୀଙ୍କ ବେକରେ ଏକ କଳାଦାଗ ରହିଛି । କେହି ତାଙ୍କୁ ତଣ୍ଟିଚିପି ମାରିବା ପରେ ପାଣିକୁ ପକାଇ ଦେଇଛି । ତାଙ୍କ ଝିଅ ଆତ୍ମହତ୍ୟା କରିନାହିଁ ।

ଅନ୍ୟପକ୍ଷେ ଚିନ୍ମୟୀଙ୍କ ମା’ କାନ୍ଦି କାନ୍ଦି କହିଛନ୍ତି, ଚିନ୍ମୟୀ ଜଣେ ଏନସିସି ଛାତ୍ରୀ । ସେ ଖୁବ ସାହସୀ । କୌଣସି ପରିସ୍ଥିତିରେ ବି ସେ ଆତ୍ମହତ୍ୟା କରିବନି । ତା ଛଡା ସେ ଘଟଣା ଦିନ ମା’ଙ୍କ ସହ ଫୋନରେ କଥାବାର୍ତ୍ତା କରିଥିଲେ । ସେତେବେଳେ ସେ ସମ୍ପୂର୍ଣ୍ଣ ଖୁସି ଥିଲେ । ସାନ ଭଉଣୀ ଜନ୍ମଦିନ ବୋଲି ଖୁବ ଉତ୍ସାହିତ ଥିଲେ । ହଠାତ ଏମିତି ଚରମ ନିଷ୍ପତି ସେ କାହିଁକି ନେଲା ?

ଅନ୍ୟପକ୍ଷେ ଏହି ଘଟଣାରେ ଅଟକ ପ୍ରୀତିମାନଙ୍କ ବାପା ଗୃହ ବିଭାଗ ଜଣେ ପଦସ୍ଥ କର୍ମଚାରୀ ହୋଇଥିବାରୁ ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ ଆଣିଛନ୍ତି ଚିନ୍ମୟୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ଘଟଣାର ତଦନ୍ତ ପାଇଁ ପୋଲିସ ଚିନ୍ମୟୀଙ୍କ ମୋବାଇଲ ସମେତ ପ୍ରୀତିମାନ ଓ ଚିନ୍ମୟୀଙ୍କ ମା’ଙ୍କ ମୋବାଇଲ୍କୁ ଫରେନସିକ୍ ଲାବକୁ ପଠାଇବ । ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ଯାଞ୍ଚ କରାଯିବ  । ସେହିପରି ପୁଣି ଥରେ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ କରିବ । ଏହି ଘଟଣାରେ ପ୍ରୀତିମାନ ଦେ’ ଏବଂ ତାଙ୍କ ଜଣେ ସାଙ୍ଗଙ୍କ ସହ ତିନି ଜଣଙ୍କୁ ଅଟକ ରଖିଛି ସମ୍ବଲପୁର ପୁଲିସ । ବୁର୍ଲା ଥାନାରେ ହତ୍ୟା ଦଫାରେ ମାମଲା ରୁଜୁ ହୋଇଛି ।

Leave A Reply

Your email address will not be published.