Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ ପଡିଲେ କେବିକେର ଅତିରିକ୍ତ ମୁଖ୍ୟଯନ୍ତ୍ରୀ

ଭୁବନେଶ୍ୱର: ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ  ଭିଜିଲାନ୍ସ ଜାଲରେ ପଡିଛନ୍ତି କେବିକେ ଭବାନୀପାଟଣାର କ୍ଷୁଦ୍ର ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟଯନ୍ତ୍ରୀ କନ୍ଦର୍ପ ପ୍ରଧାନ।  ଆଜି ତାଙ୍କ ଘର ସମେତ ୮ଟି ସ୍ଥାନରେ ଏକକାଳୀନ ଭିଜିଲାନ୍ସ ଚଢ଼ଉ ହୋଇଛି।

ଆଜି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ଅନୁଗୁଳ, ଖୋର୍ଦ୍ଧା, ଏବଂ କଳାହାଣ୍ଡି ଜିଲ୍ଲା ସ୍ଥିତ ଘର ସମେତ  ୮ଟି ସ୍ଥାନରେ ଏକକାଳୀନ ଚଢ଼ଉ ଚାଲିଛି। ଭୁବନେଶ୍ୱରର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଦ୍ୱାରା ଜାରି ଆଦେଶ ବଳରେ ଭୁବନେଶ୍ୱରର ରସୁଲଗଡ (ଏସପ୍ଲାନେଡ ପଛରେ) ଥିବା ବୈଷ୍ଣୋ ମୋନାର୍କ ଆପାର୍ଟମେଣ୍ଟର ଫ୍ଲାଟ ନମ୍ବର ୩୦୧, ଖାରବେଳନଗରର ବୈଷ୍ଣୋ ରିଜେନ୍ସିର ଫ୍ଲାଟ ନମ୍ବର ୧, ସହିଦନଗରରେ ଥିବା ଇମ୍ପେରିଆ ଆପାର୍ଟମେଣ୍ଟର ପ୍ରଥମ ମହଲାର ଫ୍ଲାଟ ନମ୍ବର ୧୦୧, ଅନୁଗୁଳ ଜିଲ୍ଲା ତୁରଙ୍ଗାରେ ଥିବା ଏକ ଦୁଇମହଲା ଘର, ଖିଲାରରେ ଏକ ପ୍ଲଟ୍ ଓ ପୈତୃକ ଗ୍ରାମ ବନ୍ତଳରେ ଥିବା ଘର, ଭବାନୀପାଟଣାରେ ଥିବା ସରକାରୀ କ୍ବାର୍ଟର ଓ କାର୍ଯ୍ୟାଳୟ ଉପରେ ଚଢାଉ ଚାଲିଛି ।

ତେବେ ଅଧିକାରୀଙ୍କ ଘରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଜବତ ହୋଇଛି ତାହା ସ୍ପଷ୍ଟ ହୋଇ ନାହିଁ ।  ୪ଜଣ ଡିଏସପି, ୧୦ ଇନ୍ସପେକ୍ଟର ଏବଂ ଅନ୍ୟ କର୍ମଚାରୀଙ୍କ ନେତୃତ୍ୱରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଏହି  ଚଢ଼ଉ କରାଯାଉଛି ।

Leave A Reply

Your email address will not be published.