Latest Odisha News

ବେଆଇନ ଶ୍ରମିକ ଚାଲାଣ ଅଭିଯୋଗରେ ୨ ଗିରଫ; ଶିଶୁଙ୍କ ସହ…

ବଲାଙ୍ଗୀର: ତୁରେଇକେଲା ପୋଲିସ ଆନ୍ଧ୍ରପ୍ରଦେଶ ଇଟା ଭାଟିକୁ କାମ ପାଇଁ ବେଆଇନ ଭାବେ ପଠାଯାଉଥିବା ୭ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିଛି। ଏଥିସହ ୩ ଜଣ ଶିଶୁଙ୍କୁ ବି ଉଦ୍ଧାର କରାଯାଇଛି। ଏହି ଘଟଣାରେ ଶ୍ରମିକ ଚାଲାଣ କରୁଥିବା ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଶନିବାର ମଧ୍ୟ ରାତ୍ରରେ ଗିରଫ ଅଭିଯୁକ୍ତଙ୍କୁ ରବିବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି।

ଅଭିଯୁକ୍ତ ସର୍ଦ୍ଦାର ହେଉଛି ହଳନଭାଟା ଗାଁର ଖୁସିର ତାଣ୍ଡି ଏବଂ ଇଟା ଭାଟି ସେଠ ଆନ୍ଧ୍ର ପ୍ରଦେଶ ଗୁଣ୍ଠୁର ଜିଲ୍ଲାର ଶେଖ ମୋବୁ ଶୁଭାନୀ।

ଥାନା ଅଧିକାରୀ ରାକେଶ ବେହେରାଙ୍କ ସୂଚନାନୁସାରେ ଉଦ୍ଧାର ଶ୍ରମିକମାନେ ଲାଠୋର ଥାନା ଫୁଲକି ମୁଣ୍ଡା ଗାଁର ।

Comments are closed.