Latest Odisha News

BREAKING NEWS

କଳାହାଣ୍ଡିରେ ମାଓବାଦୀ ଜାଳିଦେଲେ ଟ୍ରାକ୍ଟର୍ ସହ ୭ଗାଡି

ଭବାନୀପାଟଣା : କନ୍ଧମାଳ ଓ କଳାହାଣ୍ଡି ଜିଲ୍ଲା ମଦନପୁର-ରାମପୁର ଥାନା ଅନ୍ତର୍ଗତ ନୂଆମୁଣ୍ଡା ନିକଟରେ ରାସ୍ତାକାମକୁ ବିରୋଧକରି ମାଓବାଦୀମାନେ ରାସ୍ତାକାମରେ ନିୟୋଜିତ ହୋଇଥିବା ପ୍ରାୟ ୭ଟି ଗାଡିକୁ ପୋଡି ଦେଇଥିବା ଅଭିଯୋଗ ହୋଇଛି ।

ପ୍ରାପ୍ତ ସୂଚନାନୁଯାୟୀ କିଛି ସଶସ୍ତ୍ର ମାଓବାଦୀ ମଙ୍ଗଳବାର ବିଳମ୍ବିତ ରାତିରେ ନୂଆମୁଣ୍ଡା ଅଞ୍ଚଳରେ ପ୍ରବେଶ କରିବା ସହ ସ୍ଥାନୀୟ ଠିକାଦାରଙ୍କ ଶିବିର ଉପରକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ମୁଖ୍ୟମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ନିର୍ମାଣ କରାଯାଉଥିବା ଉର୍ଲାଦାନୀରୁ ଲହାଡି ରାସ୍ତାକାମକୁ ବିରୋଧ କରିଥିଲେ ।

ପରେ ନିକଟରେ ଥିବା ୫ଟି ଟ୍ରାକ୍ଟର୍, ୨ଟି ଜେସିବି ମେସିନ୍ ଓ ଗୋଟିଏ ମିକ୍ସର ମେସିନକୁ ଜାଳି ଦେଇଥିବା ଜଣାପଡିଛି ।

ତେବେ ମାଓବାଦୀମାନେ ଘଟଣାସ୍ଥଳରେ ଏକ ମାଓ ପୋଷ୍ଟର ଛାଡିଯାଇଥିବା ବେଳେ ଯବାନଙ୍କ ପକ୍ଷରୁ ଉକ୍ତ ଅଞ୍ଚଳରେ ତଲାସୀ ଅଭିଯାନକୁ ଜୋରଦାର୍ କରାଯାଇଛି ।

Leave A Reply

Your email address will not be published.