Latest Odisha News

କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ, ୨ ଜଣଙ୍କୁ ଧରିଲା ପୋଲିସ

ରାଉରକେଲା: କାମ୍ବୋଡିଆରେ ରହି ଭାରତୀୟଙ୍କୁ ଠକୁଥିଲେ। କେବେ ଡେଟିଂ ଆପରେ ତ କେବେ ଷ୍ଟକ୍ ମାର୍କେଟ୍ ନାଁରେ ଲୋକଙ୍କୁ ଲୁଟୁଥିଲେ ସାଇବର ଅପରାଧୀ। ୨୦୦ କୋଟି ଟଙ୍କା ଠକେଇବା ଅଭିଯୋଗରେ ୨ ଜଣଙ୍କୁ ଧରିଲା ପୋଲିସ। ଅଭିଯୁକ୍ତ ଦ୍ୱୟ ହେଲେ ହରିଶ କୁରପତୀ (ହ୍ୟାରି) ଏବଂ ନାଗା ଭେଙ୍କଟା ସୌଜନ୍ୟ କୁରପତୀ (ଲିସା)। ଗିରଫ ଅଭିଯୁକ୍ତ ଦ୍ବୟ ଆନ୍ଧ୍ରପ୍ରଦେଶର ଗୁଣ୍ଟୁରୁ ଅଞ୍ଚଳର ବୋଲି ଜଣାପଡିଛି ।

ସୂଚନା ଅନୁସାରେ ଅଭିଯୁକ୍ତ ଦ୍ୱୟ ବିଭିନ୍ନ ଡେଟିଙ୍ଗ ଫେକ୍ ଆପ୍ ଜରିଆରେ ଓ ଷ୍ଟକ ମାର୍କେଟରେ ଇନଭେଷ୍ଟ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ୫ କୋଟିରୁ ଅଧିକ ଟଙ୍କା ଠକିଥିବା ପୋଲିସ ତଦନ୍ତରୁ ଜଣାପଡିଛି । ଅଭିଯୁକ୍ତମାନେ କାମ୍ବୋଡିଆରୁ ଫେରୁଥିବାବେଳେ ହାଇଦ୍ରାବାଦ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଟକ ରଖାଯିବା ପରେ ସେମାନଙ୍କୁ ଓଡ଼ିଶାକୁ ଅଣାଯାଇଥିଲା।

ଖବର ଅନୁଯାୟୀ, ଭାରତର ୧୬ ଜଣ ଅଭିଯୁକ୍ତ କାମ୍ବୋଡିଆରେ ରହି ସାଇବର କ୍ରାଇମ କରି ଲୋକଙ୍କୁ ଠକୁଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର ପୂର୍ବରୁ ଏହି ମାମଲାରେ ପଞ୍ଜାବ, ରାଉରକେଲା, ଭିଲାଇ, ରାୟପୁର ଏବଂ ପଞ୍ଜାବର ଲୁଧିଆନାରୁ ୬ ଜଣଙ୍କୁ ଗିରଫ କରିଥିଲା। ଏହି ଠକେଇର ରିଙ୍ଗ ଲିଡର ଚାଇନାର ହୋଇଥିବା ବେଳେ ଏଜେଣ୍ଟ ଭାରତ, ବାଂଲାଦେଶ, ପାକିସ୍ତାନ, ନେପାଳ, କାମ୍ବୋଡିଆରେ ଥିବା ପୋଲିସ ସୂଚନା ଦେଇଛି । ତେବେ ଅଭିଯୁକ୍ତ ଦ୍ୱୟ ଦେଶର ବିଭିନ୍ନ ସ୍ଥାନରୁ ୨ ହଜାରରୁ ଅଧିକ ଲୋକଙ୍କ ଠାରୁ ଟଙ୍କା ଠକେଇ କରିଥିବା ତଦନ୍ତରୁ ଜଣାପଡ଼ିଛି। ଏହି ଠକେଇ ଘଟଣାରେ ସମୃକ୍ତ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ଡିଆଇଜି ସୂଚନା ଦେଇଛନ୍ତି।

Leave A Reply

Your email address will not be published.