Latest Odisha News

BREAKING NEWS

ରୋହିତଙ୍କ ପତ୍ନୀଙ୍କୁ କୁଣ୍ଢେଇ ପକାଇଲେ ହାର୍ଦ୍ଦିକ, ଝିଅ ମାରିଲା ପିଚକାରୀ

ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗରେ ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ ନିଯୁକ୍ତ କରିଛି । ରୋହିତ ଶର୍ମାଙ୍କୁ ଏହି ପଦରୁ ହଟେଇବା ନେଇ ପ୍ରଶଂସକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏପରିକି ରୋହିତଙ୍କ ପତ୍ନୀ ରିତିକା ମଧ୍ୟ ମୁମ୍ବାଇର ଏହି ନିଷ୍ପତି ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ହାର୍ଦ୍ଦିକ ନେତୃତ୍ୱରେ ମୁମ୍ବାଇ ତାର ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟାନ୍ସକୁ ଭେଟିବା ବେଳେ ଷ୍ଟାଡିୟମରେ ଉପସ୍ଥିତ ଦର୍ଶକ ନୂଆ ଅଧିନାୟକଙ୍କୁ ବିରୋଧ କରିଥିଲେ । ସେମାନେ ରୋହିତ ଆମ ଅଧିନାୟକ ବୋଲି କହିଥିଲେ । ତେବେ ସୋମବାର ହୋଲି ଅବସରରେ ଏକ ଅଲଗା ପ୍ରକାରର ଘଟଣା ଦେଖିବାକୁ ମିଳିଥିଲା ।

ମୁମ୍ବାଇ ଟିମ ପରିବାର ସହ ହୋଲି ଖେଳୁଥିଲେ । ଏହି ଅବସରରେ ହାର୍ଦ୍ଦିକ ଆସି ରୋହିତଙ୍କ ପତ୍ନୀ ରିତିକାଙ୍କୁ ଡାକିବା ପରେ ଆଲିଙ୍ଗନ କରି ହୋଲି ଅଭିନନ୍ଦନ ଜଣାଇଥିଲେ । ରିତିକା ତାଙ୍କ ଝିଅଙ୍କୁ କଣ କହିବା ପରେ ସେ ହାର୍ଦ୍ଦିକଙ୍କୁ ପିଚକାରୀ ମାରିଥିଲେ । ମୁମ୍ବାଇ ଟିମର ଏହି ହୋଲି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ୱାଙ୍ଖେଡରେ ରୋହିତଙ୍କ ଅନୁପସ୍ଥିତିରେ ପ୍ରଶଂସକ ହାର୍ଦ୍ଦିକଙ୍କୁ କିପରି ଅଧିନାୟକ ଭାବେ ଗ୍ରହଣ କରୁଛନ୍ତି ତାହା ଦେଖିବା କଥା ।

Leave A Reply

Your email address will not be published.