Latest Odisha News

ସରିଲା କୋର କମାଣ୍ଡରସ୍ତରୀୟ ବୈଠକ: LACରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତର ଚାପ

ନୂଆଦିଲ୍ଲୀ : ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା କୋର କମାଣ୍ଡରସ୍ତରୀୟ ବୈଠକ ଶେଷ ହୋଇଛି  । ଦୁଇ ଦିନ ଧରି ଦୁଇ ଦେଶ ମଧ୍ୟରେ ଆଲୋଚନା ଚାଲିଥିଲା  । ବାରମ୍ବାର ଉଭୟ ଦେଶ ମଧ୍ୟରେ ବିଚାର ବିମର୍ଶ ହୋଇଛି ହେଲେ କିଛି ସୁଫଳ ମିଳିନଥିଲା  । କିନ୍ତୁ ଏଥର ଆଲୋଚନାରେ କିଛି ସକରାତ୍ମକ ନିଷ୍କର୍ସ ବାହାରିଥିବା ଜଣାପଡିଛି  ।

ଗତ ଅଗଷ୍ଟ ୧୩ ଏବଂ ୧୪  ତାରିଖରେ ପୂର୍ବ ଲଦାଖର ଚୁଶୁଲ-ମୋଲଡୋ ସୀମାରେ ୧୯ତମ କୋର କମାଣ୍ଡରସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏଲଏସି ସମସ୍ୟର ସମାଧାନ ପାଇଁ ଉଭୟ ପକ୍ଷ ସକାରାତ୍ମକ ଆଲୋଚନା କରିଛନ୍ତି । ଯେଉଁ ସମସ୍ୟା ଗୁଡିକ ରହିଛି ଖୁବ୍ ଶୀଘ୍ର ସମାଧାନ କରିବା , କଥାବାର୍ତ୍ତାର ଗତି ବଜାୟ ରଖିବାକୁ ଉଭୟ ପକ୍ଷ ରାଜି ହୋଇଥିବା ସୂଚନା ମିଳିଛି ।

ଡେପସାଙ୍ଗ ଓ ଡେମଚୋକ ସମେତ ଅନ୍ୟାନ୍ୟ ବିବାଦୀୟ ସ୍ଥାନରୁ ସୈନ୍ୟ ପ୍ରତ୍ୟାହାର ପାଇଁ ଭାରତ-ଚୀନ୍ ଉପରେ ଚାପ ପକାଇଥିବା ସୂଚନା ମିଳିଛି । ସାମଗ୍ରିକ ଉତ୍ତେଜନା ହ୍ରାସ କରିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ତେବେ ଏହାରିମଧ୍ୟରେ ଆସନ୍ତା ସପ୍ତାହରେ ଦକ୍ଷିଣ ଆଫ୍ରିକାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

Leave A Reply

Your email address will not be published.