Latest Odisha News

BREAKING NEWS

୨ ଦିନ ପାଇଁ ସଟଡାଉନ ଘୋଷଣା ହେଲା କଳାହାଣ୍ଡିର ଏହି ସହର

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବଢୁଛି ସଂକ୍ରମଣ । ସଂକ୍ରମଣର ବିସ୍ତାରରେ ସାମାନ୍ୟ ଅଙ୍କୁଶ ଲଗାଇବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କେସିଙ୍ଗା ସହରରେ ଦୁଇ ଦିନିଆ ସଟ ଡାଉନ ଘୋଷଣା କରାଯାଇଛି ।

ସୂଚନା ଅନୁସାରେ, କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଓ ମଙ୍ଗଳବାର ଦୁଇଦିନ ସଟ୍‌ଡାଉନ୍‌ ଘୋଷଣା କେସିଙ୍ଗା ସହରରେ ସଟ ଡାଉନ ଘୋଷଣା କରାଯାଇଛି । ଏହି କଟକଣା ସମୟରେ ସହରର ସମସ୍ତ ୱାର୍ଡରେ ଘର ଘର ବୁଲି ସ୍କ୍ରିନିଂ କରାଯିବ । ଏହି କାର୍ଯ୍ୟ ପାଇଁ ପ୍ରଶାସନ ପକ୍ଷରୁ ୯୬ କର୍ମଚାରୀଙ୍କୁ ନିଯୁକ୍ତି କରାଯାଇଛି ।

ଅନ୍ୟପଟେ ସଟଡାଉନ ସମୟରେ କଟକଣାକୁ କଡାକଡି କରାଯିବ । କେବଳ ଜରୁରୀକାଳୀନ ସେବା ବ୍ୟତୀତ ଅନ୍ୟ ସମସ୍ତ କାର୍ଯ୍ୟକଳାପ ବନ୍ଦ ରହିବ । ନିୟମ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.