Latest Odisha News

BREAKING NEWS

ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଜମୁଛି ଭିଡ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଥିବା ୨ ଦିନିଆ ରାଜ୍ୟସ୍ତରୀୟ ପୁଷ୍ପ ପ୍ରଦର୍ଶନୀରେ ଦର୍ଶକଙ୍କର ଖୁବି ଭିଡ ଜମୁଥିବା ଦେଖିବାକୁ ମିଳୁଛି।

ରିଜୋଓନାଲ୍ ପ୍ଲାଣ୍ଟ ରିସୋର୍ସ ସେଣ୍ଟର ଏବଂ ପ୍ଲାଣ୍ଟ ଲଭର୍ସ ଆସୋସିଏସନ୍ ପକ୍ଷରୁ ଏକାମ୍ର କାନନରେ ଏହି ପୁଷ୍ପ ପ୍ରଦର୍ଶନୀ ଆୟୋଜିତ ହୋଇଛି । ଆଜି ୨ୟ ଦିନରେ ମଧ୍ୟ ଅନେକ ବ୍ୟକ୍ତି ଦେଶୀ କିମ୍ବା ବିଦେଶୀ ଫୁଲ ଗଛ ତଥା ଚାରା କିଣି ନେଉଥିବା ବେଳେ ଫୁଲ ପ୍ରେମୀଙ୍କ ମଧ୍ୟ ଗହଳି ପରିଲିକ୍ଷିତ ହୋଇଛି ।

ଗୋଲାପ, ଜରବରା, ବୋନସାଈ, ଆଷ୍ଟର, ଭରବିନା, ପୁଟିନିଆ, ଲିଲିଅମ୍, ଜିନିଆ, ଗେଣ୍ଡୁ, ସେଲଭିଆ ସେବତୀ ଭଳି ନାନା ରକମର ଫୁଲର ସମ୍ଭାର ଦେଖିବାକୁ ମିଳୁଛି । ଏହାବ୍ୟତିତ ଏଠାରେ ଗାର୍ଡେନ ପ୍ରତିଯୋଗୀତା ମଧ୍ୟ ଆୟୋଜିତ ହୋଇଥିଲା । ଯେଉଁଥିରେ ବହୁ ସଂଖ୍ୟାରେ ପ୍ରତିଯୋଗୀ ଭାଗ ନେଇଥିଲେ।

ଏଠାକୁ ଆସୁଥିବା ଦର୍ଶକଙ୍କ ମଧ୍ୟରୁ କିଏ ରଙ୍ଗବେରଙ୍ଗୀ ଫୁଲ ଗଛରେ ପାଖରେ ଠିଆ ହୋଇ ଫଟୋ ଉଠାଉଛି ତ ଆଉ କିଏ ଏହାର ସୁଗନ୍ଧକୁ ମନଭରି ଉପଭୋଗ କରୁଛି।

 

Leave A Reply

Your email address will not be published.