ସୋନପୁର : ବାଇକ ଓ ଟାଟା ଏସି ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଅଛନ୍ତି । ସୁବର୍ଣ୍ଣପୁର-ବୀରମହାରାଜପୁର ରାସ୍ତାର ମହଦା ନିକଟରେ ଘଟିଛି ଦୁର୍ଘଟଣା । ଆଜି ସଂଧ୍ୟାରେ ବୀରମହାରାଜପୁର ପଟୁ ଏକ ଟାଟା ଏସି ଟାଇଲ ଓ ପାଇପ ନେଇ ଆସୁଥିବା ବେଳେ ସୁବର୍ଣ୍ଣପୁର ପଟୁ ବାଇକରେ ୩ ଜଣ ବ୍ୟକ୍ତି ଆସୁଥିଲେ । ଦ୍ରୁତ ଗତିରେ ଯାଉଥିବା ଟାଟା ଏସି ବାଇକକୁ ମୁହାଁମୁହିଁ ଧକ୍କା ଦେବା ପରେ ରାସ୍ତା କଡରେ ଥିବା ବିଲକୁ ଖସି ପଡିଥିଲା । ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଆହତ ହୋଇଥିଲେ । ଆହତଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ବେଳେ ସେଠାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ବାଇକରେ ଯାଉଥିବା ୩ ଜଣ ସୁବଳୟା ଥାନା ଟିକ୍ରାପଡାର ବୋଲି ଜଣାପଡିଥିବା ବେଳେ, ସେମାନଙ୍କ ପରିଚୟ ମିଳିନାହିଁ ।
BREAKING NEWS
- Kalikesh Visits Naveen Nivas: କଳିକେଶ ହେବେକି ନବୀନଙ୍କ ଉତ୍ତରାଧିକାରୀ?, ଚର୍ଚ୍ଚା ଭିତରେ ନବୀନ ନିବାସରେ ବିଧାୟକ…
- ଓଡ଼ିଆ ଭାଷାରେ ପଢିବେ ଏକାଦଶ ଶ୍ରେଣୀ ବିଜ୍ଞାନ ଛାତ୍ରଛାତ୍ରୀ; ଜିଲ୍ଲା ସଦର ମହକୁମା ବହି ଦୋକାନରେ ଉପଲବ୍ଧ ହେବ
- ଫିଟ ହେଉଛନ୍ତି ତିଳକ: ବ୍ୟାଟିଂ ପରେ କଲେ ବୋଲିଂ ଅଭ୍ୟାସ
- ଏଣିକି କଲେଜରେ କ୍ଲାସ ନ କରି ଖଟି କଲେ ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
- Road Accident: ୩ଟି ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍, ଚାଲିଗଲା ୫ ଜୀବନ
- 240 More Aircraft In India Air: ଭାରତୀୟ ଆକାଶରେ ଭିଡ଼ !
- New Rule From February: ରାତି ପାହିଲେ ବଦଳି ଯିବ ଏହି ସବୁ ନିୟମ…ଜାଣନ୍ତୁ କେତେ ପ୍ରଭାବିତ ହେବ ଆପଣଙ୍କ ପକେଟ?
- ଟି୨୦ ବିଶ୍ୱକପ କ୍ରିକେଟ: ଓହରିଲେ ଅଷ୍ଟ୍ରେଲିଆର ଷ୍ଟାର ବୋଲର
- Budget Session 2026: ବ୍ରିଫକେସ୍ ରୁ ‘ବହିିଖାତା’… ଏବେର ‘ଟାବଲେଟ୍’ ପର୍ଯ୍ୟନ୍ତ, ଜାଣନ୍ତୁ କେତେ ବଦଳିଯାଇଛି ଭାରତର ବଜେଟ୍…
- ଜାମ୍ମୁର କିସ୍ତୱାଡରେ ଏନକାଉଣ୍ଟର; ୩ ଜଣ ଆତଙ୍କବାଦୀଙ୍କୁ ଘେରି ରହିଛନ୍ତି ସୁରକ୍ଷା ବାହିନୀ
Comments are closed.