ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବଡି ଭୋରରୁ ଉଠି ଶ୍ରଦ୍ଧାଳୁମାନେ ବିଭନ୍ନ ଜଳାଶୟ ଓ ନଦୀରେ ଡଙ୍ଗା ଭସାଇ ପୂଜାର୍ଚ୍ଚନା କରିଛନ୍ତି ।
ଶୀତୁଆ ପାହାନ୍ତିଆ ସକାଳୁ ହଜାର ହଜାର ଶ୍ରଦ୍ଧାଳୁମାନେ ରାଜ୍ୟ ବିଭିନ୍ନ ନଦୀ ଓ ପୁଷ୍କରଣୀ ସମେତ ଜଳାଶୟ ଗୁଡିକରେ ଡଙ୍ଗା ଭସାଇ ଆନନ୍ଦିତ ହେଉଥିବା ବେଳେ ଏପଟେ ରାୟଗଡାରେ ଡଙ୍ଗା ଭସା ବେଳେ ଘଟିଛି ଅଘଟଣ ।
ପ୍ରାପ୍ତ ସୂଚନାନୁଯାୟୀ କିଛି ଯୁବକ ସ୍ଥାନୀୟ ବଂଶଧାରା ଓ ନାଗାବଳୀ ନଦୀରେ ଡଙ୍ଗା ଭସାଉଥିବା ବେଳେ କୌଣସି କାରଶବଶତଃ ଗୋଡ ଖସିଯିବାରୁ ୨ ଜଣ ଯୁବକ ପାଣିରେ ବୁଡିଯାଇଥିଲେ ।
ମୃତକଙ୍କ ମଧ୍ୟରେ ସୁମନ ବେହେରା ନାମକ ଜଣେ ଯୁବକ ୟୁଜିଏମଆଇଟିର ଛାତ୍ର ହୋଇଥିବା ବେଳେ ଅନ୍ୟ ଜଣକ ପରିଚୟ ମିଳିପାରି ନାହିଁ ।
ତେବେ ସେମାନଙ୍କୁ ଉଦ୍ଧାର ପାଇଁ ଚେଷ୍ଟା କରାଯାଇଥିଲେ ମଧ୍ୟ ସୁଫଳ ମିଳିନଥିଲା । ପରବର୍ତ୍ତୀ ସମୟରେ ଅଗ୍ନିଶମ କର୍ମଚାରୀମାନେ ସେମାନଙ୍କ ମୃତଦେହକୁ ଉଦ୍ଧାର କରିଥିଲେ ।
Comments are closed.