Latest Odisha News

ରେଳ ଧାରଣାରୁ ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ବାଲେଶ୍ୱର: ବାହାନଗା ରେଲୱେ ଫାଟକ ନିକଟରୁ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣାନୁଯାୟୀ ବୁଧବାର ସକାଳ ପ୍ରାୟ ୫.୩୦ ସମୟରେ ବାଲେଶ୍ୱର ଜିଲ୍ଲା ବାହାନଗା ରେଲୱେ ଷ୍ଟେସନ ଅଧିନସ୍ଥ ଇଚ୍ଛାପୁର ରେଲୱେ ଫାଟକ ନିକଟରେ ଜଣେ ଅଜଣା ବିକଳାଙ୍ଗ ବ୍ୟକ୍ତି ଟ୍ରେନରୁ ଖସିପଡ଼ି ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକଙ୍କ ଠାରୁ ଏସମ୍ପର୍କରେ ସୂଚନା ପାଇବା ପରେ ୧୦୮ ଆମ୍ବୁଲାନ୍ସ ତୁରନ୍ତ ଯାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଯାହାପରେ ୧୦୮ ଆମ୍ବୁଲାନ୍ସ ଇଏମଟି ତାପସ ରଞ୍ଜନ ବେହେରା, ଡ୍ରାଇଭର କାହ୍ନୁ ଚରଣ ବାରିକ ଏବଂ ଆଟେଡାଣ୍ଟ ପ୍ରଦୀପ ମଲ୍ଲିକ ଆହତ ବ୍ୟକ୍ତିଙ୍କୁ ଟ୍ରେନ ଟ୍ରାକ ନିକଟରୁ ଉଠାଇ ଆଣି ଆଶୁ ଚିକିତ୍ସା ପାଇଁ ପ୍ରଥମେ ସୋର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

ସେଠାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଆମ୍ବୁଲାନ୍ସ କର୍ମଚାରୀମାନେ ଆହତଙ୍କୁ ପୁଣି ଆଣି ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ଡାକ୍ତରଙ୍କ ସହିତ ପରାମର୍ଶ ମଧ୍ୟ କରିଛନ୍ତି । ବର୍ତମାନ ଆହତଜଣଙ୍କ ଅବସ୍ଥା ଭଲ ରହିଥିବା ଜଣାପଡ଼ିଛି ।

Leave A Reply

Your email address will not be published.