Latest Odisha News

BREAKING NEWS

କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା ପରେ ବାତିଲ ହେଲ ୧୧ ଟ୍ରେନ

ଭୁୁବନେଶ୍ୱର: ବାଲେଶ୍ୱରର  ବାହାନଗାରେ ବଡ ଧରଣର ଟ୍ରେନ ଦୁର୍ଘଟଣା । ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୫୦ ବୋଲି କୁହାଯାଉଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ୨୦୦ରୁ ଅଧିକ ଆହତ ହୋଇଛନ୍ତି । ଦୁଇ ଦୁଇଟି ଟ୍ରେନ ସମେତ ଏକ ମାଲବାହୀ ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତଙ୍କ ସମ୍ପର୍କରେ ଜାଣିବା ପାଇଁ ପକ୍ଷରୁ ଟୋଲ ଫ୍ରି ନମ୍ବର ଜାରି ହୋଇଛି । ନମ୍ବର ଗୁଡିକ ହେଲା-ଡିଜଷ୍ଟର ମ୍ୟାନେଜମେଣ୍ଟ ନମ୍ବର-୦୩୩୨୪୫୦୩୩୭୧, ୦୩୩୨୪୩୯୭୯୨୮, ରେଲୱେ ନମ୍ବର – ୪୬୦୬୦, ୪୬୦୬୧, ବାଲେଶ୍ୱର ନମ୍ବର- ୮୨୪୯୫ ୯୧୫୫୯,  ୭୯୭୮୪ ୧୮୩୨୨ ।

ସେହିପରି ଦୁର୍ଘଟଣା ଯୋଗୁ ୧୧ ଟ୍ରେନର ଗତିପଥ ବଦଳିବା ସହ ୧୧ ଟ୍ରେନକୁ ବାତିଲ କରାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁସାରେ,  ଖଡ଼ଗପୁର ଡିଭିଜନ ଦେଇ ଯାତାୟତ କରିବାକୁ ଥିବା ବିଭିନ୍ନ ଟ୍ରେନର ଗତିପଥ ପରିବର୍ତ୍ତନ କରାଯାଇଛି ।  ବାତିଲ ହୋଇଥିବା ଟ୍ରେନ ଗୁଡିକ ହେଲା ପୁରୀ-ଶଲିମାର ଏକ୍ସପ୍ରେସ, ପୁରୀ-ହାୱାଡା  ଏକ୍ସପ୍ରେସ ଏବଂ ପୁରୀ-ଭଞ୍ଜପୁର ଲୋକାଲ ଟ୍ରେନ ।

ସେହିପରି ୩ ତାରିଖରେ ଯାତ୍ରା କରିବାକୁ ଥିବା ବାଙ୍ଗିରିପୋଷି ସୁପରଫାଷ୍ଟ ଇଣ୍ଟରସିଟି, ଖୋର୍ଦ୍ଧା ରୋଡ-ଖଡଗପୁର ଟ୍ରେନ ଏବଂ   ଭୁୁବନେଶ୍ୱର-ବାଲେଶ୍ୱରର ଯତ୍ରୀବାହି ଟ୍ରେନ ଚଳାଚଳକୁ ମଧ୍ୟ ରଦ୍ଦ କରାଯାଇଛି ।
ଅନ୍ୟପକ୍ଷେ ଆଜି ଯାତ୍ରା ଆରମ୍ଭ କରିବାକୁ ଥିବା ଶାଲିମାର-ପୁରୀ ସୁପରଫାଷ୍ଟ, ହାୱାଡା-ପୁରୀ ସୁପରଫାଷ୍ଟ ଏକ୍ସପ୍ରେସ ଓ ହାୱାଡା ଏସଏମଭିବି ସୁପରଫାଷ୍ଟ ଏକ୍‌ସପ୍ରେସ, ହାୱାଡା ମେଲ, କୋଲକାତା-ପୁରୀ ସୁପରଫାଷ୍ଟ ଏକ୍‌ପ୍ରେସକୁ ରଦ୍ଦ କରାଯାଇଛି ।

ସେହିପରି ଦିବ୍ରୁଗଡ଼ ଏକ୍ସପ୍ରେସକୁ ଭଦ୍ରକକୁ ଫେରି ଆସିଥିବାବେଳେ ଅନ୍ୟ ୪ଟି ଟ୍ରେନର ଗତିପଥକୁ ଟାଟାନଗର ଷ୍ଟେସନ ନିକଟରେ ଅନ୍ୟତ୍ର ପରିବର୍ତ୍ତନ କରାଯାଇଛି।

ସୂଚନା ଥାଉ କି, ବାଲେଶ୍ୱର ବାହାନଗା  ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧) ମାଲଗାଡ଼ିକୁ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବେଙ୍ଗଳୁରୁ-ହାୱଡ଼ା ସୁପରଫାଷ୍ଟ (୧୨୮୬୪) ମଧ୍ୟ ଲାଇନଚ୍ୟୁତ୍ କରମଣ୍ଡଳକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ୫୦ରୁ ଅଧିକ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାରେ ୨୦୦ରୁ ଅଧିକ ଜଣ ଆହତ ହୋଇଛନ୍ତି । ଉଭୟ ଏକ୍ସପ୍ରେସର ଏକାଧିକ ବଗି କ୍ଷତିଗ୍ରସ୍ତ ହୋଇଛି ।

Leave A Reply

Your email address will not be published.