ବ୍ରହ୍ମପୁର: ଗଞ୍ଜାମର ଗୋପାଳପୁର ଠାରେ ସମୁଦ୍ର ମଧ୍ୟରେ କୌଣସି କାରଣବଶତଃ ଦୁଇଟି ଡଙ୍ଗା ମୁହାଁମୁହିଁ ଧକ୍କା ହୋଇଛି । ଯାହାଫଳରେ ଉଭୟ ଡଙ୍ଗାରେ ଥିବା ପ୍ରାୟ ୧୮ ଜଣ ମତ୍ସଜୀବୀ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି ।
ମିଳିଥିବା ସୂଚନାନୁଯାୟୀ ଆଜି ଭୋର ସମୟରେ ଏକ ଡଙ୍ଗା ମାଛ ଧରିବା ପାଇଁ ସମୁଦ୍ର ମଧ୍ୟକୁ ଯାଉଥିବା ବେଳେ ଅପରପଟୁ ଆସୁଥିବା ଅନ୍ୟ ଏକ ଡଙ୍ଗା ସହ ଧକ୍କା ହୋଇଥିଲା । ସମୁଦ୍ର ଉପକୂଳରୁ ପାଖାପାଖି ୫୦୦ କିମି. ଦୂରରେ ଏହି ଅଘଟଣ ଘଟିଥିବା ବେଳେ ସମସ୍ତ ମତ୍ସଜୀବୀମାନେ ପହଁରି ପହଁରି କୂଳକୁ ପଳାଇ ଆସିଥିଲେ ।
ଅପରପକ୍ଷରେ ଏହି ଦୁର୍ଘଟଣାରେ ଗୋଟିଏ ଡଙ୍ଗା ସମ୍ପୂର୍ଣ୍ଣ ଭାବେ ଦୁଇ ଫାଳ ହୋଇଯାଇଥିବା ବେଳେ ଏଥିଯୋଗୁଁ ଲକ୍ଷାଧିକ ଟଙ୍କାର ମାଛଧରା ସାମଗ୍ରୀ ନଷ୍ଟ ହୋଇଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।
ତେବେ ଘନ କୁହୁଡି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବା ନେଇ ମତ୍ସଜୀବୀମାନେ ମତ ଦେଇଛନ୍ତି ।
Comments are closed.