Latest Odisha News

ସିଘୁଂ ବର୍ଡରରେ କୃଷକଙ୍କ ଆନ୍ଦୋଳନ ମଧ୍ୟର‌େ ୨ ପ‌ୋଲିସ ଅଧିକାରୀ କର‌ୋନା ପଜିଟିଭ

ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ କୃଷକଙ୍କ ଆନ୍ଦୋଳନ ଜାରି ରହିଥିବା ବେଳେ ନୂତନ କୃଷି ଆଇନ ପ୍ରତ୍ୟାହାର ଜିଦରେ ଅଡିବସିଛନ୍ତି କୃଷକମାନେ।

ପଞ୍ଜାବ ସମେତ ଅନେକ ରାଜ୍ୟରୁ ହଜାର ହଜାର କୃଷକ ସିଘୁଂ, ଟିକ୍ରି, ଚିଲା ଏବଂ ଗାଜିପୁର ସୀମାରେ ଏକାଠି ହୋଇ ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଛନ୍ତି। ଆଉ ସୁୁୁରକ୍ଷାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୋଲିସ ଫୋର୍ସ ମୁତୟନ କରିଛି।

ସୂଚନା ଅନୁଯାୟୀ, ସିଘୁଂ ସୀମାରେ ମୁତୟନ ଥିବା ଦୁଇଜଣ ଆଇପିଏସ୍ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି।

ତେବେ ଉଭୟ ପୋଲିସ କର୍ମଚାରୀଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ। ଏହା ପୂର୍ବରୁ କୃଷକ ଆନ୍ଦୋଳନରେ ଯୋଗ ଦେଇଥିବା କିଛି କୃଷକଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ହୋଇଥିବା ସୂଚନା ମିଳିଥିଲା।

 

Comments are closed.