କଟକ: କଟକ ଜିଲ୍ଲାରେ ମଙ୍ଗଳବାର ଦିନ ବଜ୍ରାଘାତରେ ୨ ଜଣ ପ୍ରାଣ ହରାଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି ।
ମୃତକ ମାନଙ୍କ ପରିଚୟ ଏଯାଏଁ ମିଳିପାରି ନାହିଁ ।
ମିଳିଥିବା ସୂଚନା ଅନୁସାରେ ମୃତକ ଦୁଇଜଣ ନିଶ୍ଚିତକୋଇଲି ବ୍ଲକର ପାଲାଳ ଗ୍ରାମର କ୍ଷେତରେ କାମ କରୁଥିବା ବେଳେ ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।
ସେହିପରି ଆହତ ୩ ଜଣ କଟକ ଜିଲ୍ଲା ରାମକୃଷ୍ଣପୁରର ବୋଲି ଜଣାପଡିଛି ।
ସ୍ଥାନୀୟ ଲୋକମାନେ ଆହତଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାକୁ ନେଇ ଯାଇଥିଲେ ।
Comments are closed.