Latest Odisha News

ପୁଣି କୋଭିସିଲ୍ଡ ଟିକା ଅଭାବ: ଓଡ଼ିଶାରେ ଆଜି ୪ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର: ରାଜ୍ୟରେ ପୁଣି ଥରେ ବାଧାପ୍ରାପ୍ତ ହୋଇଛି ଟିକାକରଣ । ଆବଶ୍ୟକ ଅନୁସାରେ କୋଭିସିଲ୍ଡ ଟିକା ମହଜୁଦ ନାହିଁ । ଫଳରେ ଆଜି ମାତ୍ର ୪ ଜିଲ୍ଲାରେ ଟିକାକରଣ କରାଯାଉଛି । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ । ଏସବୁ ଜିଲ୍ଲାର ୧୨ଟି କେନ୍ଦ୍ରରେ ଆଜି ଲୋକଙ୍କୁ ଟିକା ଦିଆଯାଉଛି ।

ରାଜ୍ୟରେ ଆଜି ସୁଦ୍ଧା ମାତ୍ର ୪୧ହଜାର ୨୯୦ ଡୋଜ୍ କୋଭିସିଲ୍ଡ ଟିକା ରହିଛି । ୩ଲକ୍ଷ ୫୪ହଜାର ୧୩୦ ଡୋଜ୍ କୋଭାକ୍ସିନ୍ ଟିକା ଅଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସନ୍ତା ୧୫ ତାରିଖରେ ମିଳିବ କୋଭିସିଲ୍ଡ ଟିକା । ସେତେଦିନ ଯାଏ ରାଜ୍ୟରେ ବନ୍ଦ ରହିପାରେ ଟିକାକରଣ । ତୁରନ୍ତ କୋଭିସିଲ୍ଡ ଟିକା ପଠାଇବା ପାଇଁ କେନ୍ଦ୍ର ନିକଟରେ ଦାବି କରିଛନ୍ତି ରାଜ୍ୟ ସରକାର । ଆଗକୁ ଗର୍ଭବତୀଙ୍କୁ ବି ଟିକାକରଣ କରାଯିବ ।

Leave A Reply

Your email address will not be published.