Latest Odisha News

BREAKING NEWS

ବାଇକକୁ ଧକ୍କା ଦେଲା ଦ୍ରୁତଗାମୀ କାର, ୨ ମୃତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ମୋରଡା ଥାନା ଝିଙ୍କିରିଆ ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯାହା ଫଳରେ ୨ ଜଣଙ୍କର ମୃତ୍ୟୁ ହୋଇଛି।

ମୃତକ ମାନେ ବେତନଟୀ ଥାନା ଅନ୍ତର୍ଗତ ଭାଲୁକଚୁଆ ଦୁର୍ଗାପୁର ଅଞ୍ଚଳର ବୋଲି ଜଣାପଡିଛି। ଏଯାବତ୍ ସେମାନଙ୍କର ପରିଚୟ ଜଣା ପଡ଼ିନାହିଁ।

ସୂଚନା ଅନୁଯାୟୀ, ବାଇକ ଆରୋହୀ ୨ ଜଣ ରାସଗୋବିନ୍ଦପୁର ଅଞ୍ଚଳରୁ ବେତନଟୀ ଆସୁଥିବା ବେଳେ ଏକ ଦ୍ରୁତଗାମୀ କାର ସିଧାସଳଖ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ଘଟାଇ ଡ୍ରାଇଭର ଜଣକ ଫେରାର ହୋଇଯାଇଥିଲା।

ତେବେ ଘଟଣା ସ୍ଥଳରେ ପୋଲିସ୍ ପହଞ୍ଚି କାରକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

 

Leave A Reply

Your email address will not be published.