Latest Odisha News

ଦେଶରେ ବଢୁଛି ଦୈନିକ କରୋନା କେସ୍, ଗତକାଲି ଅପେକ୍ଷା ଆଜି ୨% ଅଧିକ ପଜିଟିଭ୍

ନୂଆଦିଲ୍ଲୀ: ଦେଶରେ ପୁଣି ଭାଇରସ୍ ଭୟ । ହଠାତ୍ ବଢିଛି ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ସାରା ଦେଶରୁ ଚିହ୍ନଟ ହୋଇଛନ୍ତି ୧୪ହଜାର ୨୬୪ ନୂଆ ଆକ୍ରାନ୍ତ । ଗତକାଲି ଅପେକ୍ଷା ୨ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି ।

ଦେଶରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧କୋଟି ୯ଲକ୍ଷ ୯୧ହଜାର ୬୫୧କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ମହାମାରୀ ନେଇଛି ଆଉ ୯୦ ଆକ୍ରାନ୍ତଙ୍କ ଜୀବନ । ଦେଶରେ କରୋନା ଜନିତ ମୋଟ୍ ମୃତ୍ୟୁସଂଖ୍ୟା ୧ଲକ୍ଷ ୫୬ହଜାର ୩୦୨ ଛୁଇଁଛି ।

ସେହିପରି ଗତ ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି ଆଉ ୧୧ହଜାର ୬୬୭ ସଂକ୍ରମିତ । ବର୍ତ୍ତମାନ ସୁସ୍ଥ ହୋଇଛନ୍ତି ୧କୋଟି ୬ଲକ୍ଷ ୮୯ହଜାର ୭୧୫ ଆକ୍ରାନ୍ତ । ଏବେ ଦେଶରେ ୧ଲକ୍ଷ ୪୫ହଜାର ୬୩୪ଟି କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.