ଭଦୋଦରା: ଭଦୋଦରା, ମୁମ୍ବାଇ ଓ ଦିଲ୍ଲୀକୁ ଯୋଡୁଥିବା ଏକ୍ସପ୍ରେସ ୱେ ପ୍ରସ୍ତୁତିରେ ଭାରତ ୪ଟି ବିଶ୍ୱରେକର୍ଡ ସ୍ଥାପନ କରିଛି । ମଙ୍ଗଳବାର ୨କିଲୋମିଟର ଲମ୍ବା ଓ ୧୮.୭୫ ମିଟର ଓସାରର ରାସ୍ତା ମାତ୍ର ୨୪ ଘଂଟା ମଧ୍ୟରେ ଇଞ୍ଜିନିୟରମାନେ ନିର୍ମାଣ କରିଥିଲେ । ଏଥିପାଇଁ ୧.୧୦ ଲକ୍ଷ ସିମେଂଟ ବସ୍ତା ଓ ୫୦୦ ଟନ ବରଫର ଆବଶ୍ୟକତା ପଡିଥିଲା । ଏଥିରେ ୩ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।
ଏଥିଯୋଗୁ ଗୋଲ୍ଡେନ ବୁକ୍ ଅଫ ବିଶ୍ୱ ରେକର୍ଡ ଓ ଇଣ୍ଡିଆ ବୁକ୍ ଅଫ ରେକର୍ଡରେ ୪ଟି ବିଶ୍ୱରେକର୍ଡ ସ୍ଥାପନ ହୋଇଛି । ସେଗୁଡିକ ହେଲା- ୧) ୧୨ହଜାର ଟନ ସିମେଂଟ କଂକ୍ରିଟ କମ୍ ସମୟରେ ପ୍ରସ୍ତୁତ କରିବା ୨) ଏହାକୁ ଦ୍ରୁତ ଗତିରେ ବିଛାଇବା ୩) ଏକ ଫୁଟ ମୋଟା ଓ ୧୮.୭୫ ମିଟର ଚୌଡା ରାସ୍ତାର ନିର୍ମାଣ ୪)ସମସ୍ତ କ୍ୱାଲିଟି ମେଂଟନ କରିବା । ଏହି ସମସ୍ତ କାମ ୨୪ ଘଂଟା ମଧ୍ୟରେ ହୋଇଥିଲା । ଏହା ନିଶ୍ଚିତ ଭାବେ ଆମ ପାଇଁ ଗର୍ବର ବିଷୟ ବୋଲି ଏହାର ଟେଣ୍ଡର ନେଇଥିବା ପଟେଲ ଇନଫ୍ରାଷ୍ଟ୍ରକଚରର ଏମଡି ଅରବିନ୍ଦ ପଟେଲ କହିଛନ୍ତି ।
Comments are closed.