ଭୁବନେଶ୍ୱର: ପ୍ରତିଦିନ ରାଜଧାନୀରୁ ଶହେରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ରାଜଧାନୀ ସ୍ଥିତ କ୍ୟାପିଟାଲ ହସ୍ପିଟାଲ ଓପିଡିରୁ ପୁଣି ଦୁଇ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ଓପିଡିରୁ ଚିହ୍ନଟ ହୋଇଥିବା ଜଣାପଡିଛି । ଏହି ନୂଆ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ମିଶାଇ କ୍ୟାପିଟାଲ ହସ୍ପିଟାଲରୁ ମୋଟ ୬୫ରୁ ଅଧିକ ସଂକ୍ରମିତ ବାହାରିଲେଣି ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୨୯୭୯ରେ ବେଳେ ୧୬୯୧ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୧୮ ଜଣ ପ୍ରାଣ ହରାଇଥିବା ବେଳେ ୧୨୬୮ଟି ସକ୍ରିୟ କେସ୍ ରହିଛି ।
Comments are closed.