Latest Odisha News

BREAKING NEWS

ମଧ୍ୟପ୍ରଦେଶରୁ ଉଦ୍ଧାର ହେଲେ ବିକ୍ରି ହୋଇଥିବା ୨ ଓଡ଼ିଆ ଝିଅ; ୩ ଦଲାଲ ଗିରଫ

ବାରିପଦା: ଗୋରୁମହିଷାଣି ପୋଲିସ ବୁଧବାର ମୟୂରଭଞ୍ଜ ଜିଲ୍ଲାରେ ଯୁବତୀ ମାନଙ୍କୁ ବିକ୍ରି କରୁଥିବା ଏକ ରାକେଟକୁ ଠାବ କରିବା ସହ ୩ ଜଣ ଦଲାଲଙ୍କୁ ମଧ୍ୟ ଗିରଫ କରିଛି।

ପଶ୍ଚିମବଙ୍ଗର ଏହି ୩ ଅଭିଯୁକ୍ତ ରାକେଶ ରାଣା, ଦୀପକ ରାଣା ଏବଂ ସୁଇଜ କୁଲିଆଙ୍କୁ ପୋଲିସ ଗିରଫ କରିଛି।

ପୋଲିସର ସୂଚନାନୁଯାୟୀ, ଅଭିଯୁକ୍ତ ମାନେ ମୟୂରଭଞ୍ଜ ଜିଲ୍ଲାର ଦୁଇ ଯୁବତୀଙ୍କୁ ଭଲ ଚାକିରୀ ଦେବା ବାହାନା କରି ଘରୁ ନେଇଥିଲେ। ପରେ ସେମାନଙ୍କୁ ମଧ୍ୟପ୍ରଦେଶକୁ ନେଇ ଜଣେ ବ୍ୟକ୍ତିଙ୍କ ନିକଟରେ ୧.୨୦ ଲକ୍ଷ ଟଙ୍କାରେ ବିକ୍ରି କରିଦେଇଥିଲେ।

ଅନ୍ୟପଟେ ୨ ଝିଅ ନିଖୋଜ ହୋଇଯାଇଥିବା ସେମାନଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ତଦନ୍ତକରି ପୋଲିସ ଜାଣିବାକୁ ପାଇଲେ ଯେ, ଏହି ଯୁବତୀ ମାନେ କେଉଁଠାରେ ଅଛନ୍ତି।

ପରେ ଗୋରୁମହିଷାଣି ପୋଲିସ ଷ୍ଟେସନର ଏକ ଟିମ୍ ମଧ୍ୟପ୍ରଦେଶ ଯାଇ ସେମାନଙ୍କୁ ଉଦ୍ଧାର କରିଥିଲେ। ତିନିଜଣ ଅଭିଯୁକ୍ତଙ୍କ ପଚରାଉଚରା ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।

Comments are closed.