Latest Odisha News

BREAKING NEWS

ଅନଗୁଳରେ ଅଘଟଣ, କେନାଲରେ ବୁଡି ଦୁଇ ସାଙ୍ଗଙ୍କ ମୃତ୍ୟୁ

ଅନୁଗୁଳ : କେନାଲରେ ଗାଧୋଉଥିବା ବେଳେ ଦୁଇ ସାଙ୍ଗଙ୍କ ମୃତ୍ୟୁ । ଜଣେ ସାଙ୍ଗ ବୁଡି ଯାଉଥିବା ବେଳେ ଅନ୍ୟ ଜଣେ ତାକୁ ଉଦ୍ଧାର କରିବାକୁ ଯାଇ ଦୁଇ ଦୁଇଟି ଜୀବନ ଦୀପ ଲିଭି ଯାଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ହେମସୁରପଡା ଅଞ୍ଚଳରେ ।

ସୂଚନା ଅନୁସାରେ ସ୍ଥାନୀୟ ଅଞ୍ଚଳର ବୃନ୍ଦାବନ ସେଠୀ ଓ ତାର ସାଙ୍ଗ ବାବୁ ମହାନ୍ତି ଏକାଠି ନିକଟସ୍ଥ କେନାଳକୁ ଗାଧେଇ ଯାଇଥିଲେ । ତେବେ ସେଠାରେ ଗାଧେଇବା ବେଳେ ଅସାବଧାନତାବଶତଃ ବୃନ୍ଦାବନଙ୍କ ଗୋଡ଼ ଖସିଯିବା ସହ ଗଭୀର ପାଣିକୁ ଚାଲି ଯାଇଥିଲେ । ତାଙ୍କୁ ବଞ୍ଚାଇବାକୁ ଯାଇ ବାବୁ ମଧ୍ୟ ଗଭୀର ପାଣିକୁ ଚାଲିଯାଇଥିଲେ । ଉଭୟ ପାଣିରୁ ବାହାରି ପାରି ନଥିଲେ । ଫଳରେ ଘଟଣା ସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।

ଖବର ପାଇ ଅନୁଗୁଳ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.