Latest Odisha News

BREAKING NEWS

ମହୁମାଛି ଆକ୍ରମଣରେ ୨ ମୃତ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାଦୁଆ ଗାଁରେ ଅଭାବନୀୟ ଘଟଣା । ମହୁମାଛି ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ମାନେ ହେଲେ କାଦୁଆ ଗାଁର ଝୁମର ସେଠୀ ଏବଂ ମାୟାଧର ଦେହୁରୀ ।

ସୂଚନା ମୁତାବକ, ମାୟାଧର ଗାଁ ପାଖ ନିଜ ଚାଷ ଜମିରୁ ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କାମାକ୍ଷାନଗର ଓ ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ମାତ୍ର ଆଜି ତାଙ୍କର ମେଡ଼ିକାଲରେ ମୃତ୍ୟୁ ହୋଇଛି । ସେହିଭଳି ଉକ୍ତ ଗାଁର ଝୁମର ସେଠୀ ଗାଧୋଇ ସାରି ଘରକୁ ଫେରୁଥିବା ବେଳେ ମହୁମାଛି ଆକ୍ରମଣର ଶିକାର ହୋଇଥିଲେ । ତାଙ୍କୁ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେତେବେଳେକୁ ତାଙ୍କର ମୃତ୍ୟୁ ହୋଇ ସାରିଥିଲା ।

ମହୁମାଛି ଆକ୍ରମଣରେ ଗାଁର ଦୁଇ ଜଣଙ୍କର ମୃତ୍ୟୁକୁ ନେଇ ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ତୁରନ୍ତ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ଏନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

Leave A Reply

Your email address will not be published.