Latest Odisha News

BREAKING NEWS

ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩୪ରେ ପହଂଚିଛି । ସୁସ୍ଥ ହୋଇଥିବା ବ୍ୟକ୍ତି ଜଣକ ଭୁବନେଶ୍ୱରର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ୱିଟ କରି ସୂଚନା ଦେଇଛି ।

କରୋନାରେ ଆକ୍ରାନ୍ତ ହେବା ପରେ ଭୁବନେଶ୍ୱର ସ୍ଥିତ ଏମ୍‌ସରେ ତାଙ୍କ ଚିକିତ୍ସା କରାଯାଉଥିଲା । ତେବେ ତାଙ୍କର ଶରୀରରେ ଅଲଗା କିଛି ରୋଗ ରହିଛି, ଯେଉଁଥିପାଇଁ ତାଙ୍କର ଚିକିତ୍ସା ଆବଶ୍ୟକ । ସମ୍ପୁର୍ଣ୍ଣ ସୁସ୍ଥ ହେଲା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

Leave A Reply

Your email address will not be published.