Latest Odisha News

BREAKING NEWS

ଆନ୍ଧ୍ର ସୀମାରେ ଗୁଳି ବିନିମୟ, ୨ ମାଓବାଦୀ ନିହତ

ବିଶାଖାପାଟଣା: ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସ୍ଥିତ ଜି.କେ. ବିଧି ଥାନା ଅନ୍ତର୍ଗତ ମାଡିଗାମାଲୁ ଗ୍ରାମ ନିକଟରେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୨ ଜଣ ନକ୍ସଲ ନିହତ ହୋଇଛନ୍ତି।

BjdElectrycity

ମିଳିଥିବା ସୂଚନା ଅନୁଯାୟୀ ଉକ୍ତ ଅଞ୍ଚଳରେ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରୁଥିବାରୁ ସ୍ଥାନୀୟ ମାଡିଗାମାଲୁ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଣ୍ଟି ନକ୍ସଲି ସ୍କ୍ୱାଡ ଗ୍ରେହାଉଣ୍ଡ ଓ ଯବାନଙ୍କ ପକ୍ଷରୁ ଗତକାଲି ମିଳିତ କମ୍ବିଂ ଅପରେସନ୍ ବେଳେ ସୁରକ୍ଷାବଳ ଏବଂ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଗୁଳି ବିନିମୟରେ ୨ ଜଣ ମାଓବାଦୀ ନିହତ ହୋଇଥିବା ନେଇ ଜଣାପଡିଛି ।

ଏହି ଘଟଣା ପରେ ସେମାନଙ୍କ ନିକଟରୁ ୩ଟି ବନ୍ଧୁକ ସହ ଅନେକ ସାମଗ୍ରୀ ଜବତ କରାଯାଇଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ତେବେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରେ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ବେଳେ ଓଡିଶା ସୀମାନ୍ତକୁ ମାଲକାନଗିରି ପୋଲିସ ପକ୍ଷରୁ ସିଲ୍ କରାଯାଇଥିବା ଜଣାପଡିଛି ।

Leave A Reply

Your email address will not be published.