Latest Odisha News

BREAKING NEWS

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି ‘ବିଗ୍‌ବସ୍‌-୧୩’ ହାଉସ୍‌ର ଫଟୋ

ମୁମ୍ବାଇ: ଟେଲିଭିଜନ୍‌ର ଲୋକପ୍ରିୟ ରିଆଲିଟି ଶୋ’ ବିଗ୍‌ବସ୍‌’ର ନୂଆ ସିଜିନ୍‌ (ବିଗ୍‌ବସ୍‌-୧୩) ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ । ଏଥର ମଧ୍ୟ ଏହି ଶୋ’କୁ ସୁପର୍‌ଷ୍ଟାର୍‌ ସଲମାନ୍‌ ଖାନ୍‌ ହିଁ ହୋଷ୍ଟ୍‌ କରିବେ ।

ଚଳିତ ବର୍ଷ ବିଗ୍‌ବସ୍‌-ହାଉସ୍‌ର ସେଟ୍‌ ମୁମ୍ବାଇର ଫିଲ୍ମସିଟିରେ ତିଆରି ହୋଇଛି । ଆଉ ଏହାର କିଛି ଫଟୋ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ସବୁଥର ପରି ଏଥର ମଧ୍ୟ ବିବି ହାଉସ୍‌’ ବେଶ୍‌ ସୁନ୍ଦର ଓ ଆକର୍ଷଣୀୟ ହୋଇଛି ।

ଚଳିତ ଥର ବିଗ୍‌ବସ୍‌ ହାଉସ୍‌’ରେ ଆନିମଲ୍‌ ଆଟ୍ରାକ୍ସନ୍ ଅଧିକ ଦେଖିବାକୁ ମିଳିଛି । ଘରର ଇଣ୍ଟେରିଅରରେ ଗ୍ରୀନ୍‌ ଓ ପର୍ପଲ ରଙ୍ଗର କମ୍ବିନେସନ୍‌ ବେଶ୍‌ ବିଆ ଦେଖାଯାଉଛି । ଘରର ମୁଖ୍ୟଦ୍ୱାରକୁ ଇଇର ଆକୃତି ଦିଆଯାଇଛି, ଯାହକୁ ସବୁଜ ଗଛରେ ସଜା ଯାଇଛି । ଘରର ଲିଭିଂ ରୁମ୍‌କୁ ଆଣ୍ଟିକ୍‌ ଫର୍ଣ୍ଣିଚର୍‌ ଓ ଦାମୀ ଦାମୀ ଶୋ’ପିସ୍‌ରେ ସଜାଯାଇଛି ।

ବେଡ୍‌ରୁମ୍‌ ମଧ୍ୟ ବେଶ୍‌ ରଙ୍ଗିନ୍‌ ଦେଖାଯାଉଛି । ଏହାବ୍ୟତୀତ ଘରର ସବୁ ଜାଗାରେ ବିଗ୍‌ବସ୍‌ ଆଖିର ଚିତ୍ର ରହିଛି । କାରଣ ଏହାଦ୍ୱାରା ପ୍ରତିଯୋଗୀମାନେ ସତର୍କ ହେବେ ଯେ ବିଗ୍‌ବସ୍‌ଙ୍କ ନଜର ସବୁବେଳେ ସେମାନଙ୍କ ଉପରେ ରହିଛି ।

ଇତି ମଧ୍ୟରେ ବିଗବସ୍‌-୧୩’ର କେତେ ଜଣ ପ୍ରତିଯୋଗୀଙ୍କ ନାଁ ମଧ୍ୟ ସାମ୍ନାକୁ ଆସିଛି । ସେମାନଙ୍କ ଭିତରେ ଦେବୋଲିନା ଭଟ୍ଟାଚାର୍ଯ୍ୟ, ଆରତି ସିଂହ, ରଶ୍ମି ଦେଶାଇ, ସିଦ୍ଧାର୍ଥ ଶୁକ୍ଲା ଓ ଅରହାନ୍‌ ଖାନ୍‌ ଅଛନ୍ତି । କୁହାଯାଉଛି, ଏଥର ବିଗ୍‌ବସ୍‌ରେ ବଲିଉଡ୍‌ ଅଭିନେତ୍ରୀ କୋଇନା ମିତ୍ରା ମଧ୍ୟ ଭାଗ ନେବେ ।

Leave A Reply

Your email address will not be published.