ଭୁବନେଶ୍ବର:ବିଜେଡି ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା କରିଥିବା ଘଟଣାରେ ୨ ଜଣ ଗିରଫ। ୨ ଜଣଙ୍କୁ ଗିରଫ କଲା କ୍ୟାପିଟାଲ ଥାନା ପୋଲିସ । ଗିରଫମାନେ ସିଦ୍ଧାର୍ଥ ସ୍ବାଇଁ ଓ ଦେବୀ ପ୍ରସାଦ ଲେଙ୍କା । ଉଭୟଙ୍କୁ ପୋଲିସ କୋର୍ଟ ଚାଲାଣ କରିଛି।
ଶୁକ୍ରବାର ରାତିରେ ପ୍ରତାପଙ୍କ ଘର ଆଗରେ ବାଣ ଫୁଟାଇ ହଙ୍ଗାମା କରିଥିଲେ ୨ ଯୁବଛାତ୍ର ନେତା। ଘର ଲୋକ ବିରୋଧ କରିବାରୁ ତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ନିଲମ୍ବିତ ନେତାଙ୍କ ହଙ୍ଗାମା ବେଳର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ପ୍ରତାପ ଜେନା।
ଗିରଫ ଅଭିଯୁକ୍ତମାନେ ବିଜେଡି ଛାତ୍ର ସଂଘର ପୂର୍ବତନ ସଭାପତି ଥିଲେ। ପ୍ରତାପ ଜେନାଙ୍କ ସରକାରୀ ବାସଭବନରେ ସୁରକ୍ଷା ବ୍ୟବସ୍ଥା ମଜବୁତ କରିଦିଆଯାଇଛି।
ପୋଲିସ କହିଛି ତଦନ୍ତ ସମୟରେ ଜଣାପଡିଥିଲା ଯେ ଏହି ଘଟଣା ଏକ ରାଜନୈତିକ ସଂଗଠନର ଆଭ୍ୟନ୍ତରୀଣ ବିବାଦ ସହିତ ସମ୍ପୃକ୍ତ ଥିଲା, ଯେଉଁଥିରେ କିଛି ବ୍ୟକ୍ତିଙ୍କୁ ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ନିଲମ୍ବନ କରାଯାଇଥିବା ପରେ ଏହି ଆକ୍ରମଣ ଘଟିଥିଲା।
Comments are closed.