Latest Odisha News

BREAKING NEWS

ସାଧାରଣତନ୍ତ୍ର ଦିବସର ୨୦ ଦିନ ପୂର୍ବରୁ କୃଷକ ଆନ୍ଦୋଳନର ଉଗ୍ରତା ନେଇ ଅବଗତ ଥିଲେ ସୁରକ୍ଷା ଏଜେନ୍ସି

ନୂଆଦିଲ୍ଲୀ: ଦିଲ୍ଲୀ ହିଂସାରେ ଗୁଇନ୍ଦା ବିଫଳତାକୁ ନେଇ ରାଜନୀତି ତେଜୁଛି । ତେବେ, ସବୁକିଛି ଅଚାନକ ହୋଇନାହିଁ । ସୂତ୍ର ଅନୁସାରେ ଜାନୁଆରୀ ୨୬ର କୋଡ଼ିଏ ଦିନ ପୂର୍ବରୁ ଅର୍ଥାତ୍ ଜାନୁଆରୀ ପ୍ରଥମ ସପ୍ତାହରେ ଗୁଇନ୍ଦା ବିଭାଗର ସ୍ୱତନ୍ତ୍ର ନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ଯେଉଁଥିରେ ପ୍ରତିବନ୍ଧିତ ଶିଖ୍ ଫର୍ ଜଷ୍ଟିସ୍ (SFJ) ଲାଲକିଲ୍ଲାରେ ନିଶାନ ସାହିବ ପତାକା ଉଡ଼ାଇବା ନେଇ ଯୋଜନା କରିଥିବା ଆଲୋଚନା ହୋଇଥିଲା । ଏହି ବୈଠକରେ ଦିଲ୍ଲୀ ପୋଲିସର ବଛାବଛା ୮ ଜଣ ଅଫିସରଙ୍କ ସହ ଗୁଇନ୍ଦାର ୧୨ ଜଣ ଅଧିକାରୀଙ୍କ ସମେତ ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ, ହରିୟାଣା ପୋଲିସ ସାମିଲ୍ ଥିଲା ।

ବିଚ୍ଛିନ୍ନତାବାଦୀ ସଂଗଠନ ଏସ୍ଏଫଜେ ୨୦୦୭ରେ ଆମେରିକାର ଗଠନ ହୋଇଥିଲା । ଯିଏ କି ଶିଖଙ୍କ ଲାଗି ପଞ୍ଜାବରେ ଏକ ସ୍ୱତନ୍ତ୍ର ପ୍ରଦେଶ ‘ଖଲିସ୍ତାନ’ ଦାବି କରୁଛି । ପୂର୍ବରୁ ସଂଗଠନ ସାଧାରଣତନ୍ତ୍ର ଦିବସରେ ଲାଲକିଲ୍ଲାରେ ଖଲିସ୍ତାନୀ ପତାକା ନିଶାନ ସାହିବ ଉଡ଼ାଇବା ଲାଗି ୨୫୦,୦୦୦ ଆମେରିକୀୟ ଡଲାର ଦେବ ବୋଲି କହିଥିଲା । ଏଥିସହ ଫେବ୍ରୁଆରୀ ୧ ବଜେଟ୍ ଦିନ ସଂସଦରେ ଖଲିସ୍ତାନୀ ପତାକା ଉଡ଼ାଇଲେ ୩୫୦,୦୦୦ ଡଲାର ପୁରସ୍କାର ଦେବାକୁ ସଂଗଠନ କରିଛି । ତେବେ, ଟ୍ରାକ୍ଟର ପରେଡକୁ ନେଇ ଦିଲ୍ଲୀ ହିଂସା ପରେ ଫେବ୍ରୁଆରୀ ୧ରେ ହେବାକୁ ଥିବା ଚାଷୀଙ୍କ ପ୍ରସ୍ତାବିତ ସଂସଦ ମାର୍ଚ୍ଚକୁ ସ୍ଥଗିତ ରଖିଛନ୍ତି କୃଷକ ସଂଗଠନ ।

ସୂତ୍ର ଅନୁସାରେ ଜାନୁଆରୀ ପ୍ରଥମ ସପ୍ତାହରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଲାଲକିଲ୍ଲାକୁ ଜାନୁଆରୀ ୨୦ରୁ ୨୭  ଯାଏ ବନ୍ଦ ରଖିବାକୁ ଆଲୋଚନା ହୋଇଥିଲା । ଏନେଇ ଦିଲ୍ଲୀ ପୋଲିସକୁ ସ୍ପଷ୍ଟୀକରଣ ମଧ୍ୟ ମଗାଯାଇଥିଲା । ଐତିହ୍ୟ ଲାଲକିଲ୍ଲାକୁ ଏସଏଫଜେ କବଳରୁ ସୁରକ୍ଷିତ ରଖିବାକୁ ସୁରକ୍ଷା ଏଜେନ୍ସିକୁ କୁହାଯାଇଥିଲା । ଏଥିସହ ସାଧାରଣତନ୍ତ୍ର ଦିବସକୁ ଶିଖ୍ କଳା ଦିନ ଭାବେ ପାଳନ କରୁଥିବା ଅଧିକାରୀ କହିଥିଲେ । ଏପରିକି ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ପାଇଁ ଶିଖ୍ ସଂଗଠନ ଟଙ୍କା ଦେଉଥିବା ଆଲୋଚନା ହୋଇଥିଲା ।

ଆଉ ୨୬ ଜାନୁଆରୀ ଦିନ ୧୨ଟା ବେଳକୁ ଲାଲକିଲ୍ଲା ମୁହାଁ ହୋଇଥିଲେ ଆନ୍ଦୋଳନରତ ଚାଷୀ । ଟ୍ରାକ୍ଟର ନେଇ ଲାଲକିଲ୍ଲା ପହଞ୍ଚିବା ସହ ଉଡ଼ାଇଥିଲେ ଖଲିସ୍ତାନୀ ପତାକା । ଏହି ମାମଲାରେ ପୋଲିସ ୧୯ ଜଣଙ୍କୁ ଗିରଫ କରିଥିବା ବେଳେ ୨୫ଟି ଅପରାଧିକ ମାମଲା ରୁଜୁ କରାଯାଇଛି । ପଞ୍ଜାବୀ ଅଭିନେତା ଦୀପ ସିଧୁ ଏବଂ ଗ୍ୟାଙ୍ଗଷ୍ଟର ଲଖା ସାଦନା ବିରୋଧରେ ଏଫଆଇଆର୍ ରୁଜୁ କରିଛି ପୋଲିସ ।

Leave A Reply

Your email address will not be published.