Latest Odisha News

BREAKING NEWS

ସମୁଦ୍ରରୁ ମାଡ଼ିଆସିଲା ଜୁଆର, ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ

ଧାମରା: ହଠାତ୍ ସମୁଦ୍ରରୁ ମାଡ଼ିଆସିଲା ଜୁଆର । ଚାହୁଁ ଚାହୁଁ ସମୁଦ୍ର ଭିତରକୁ ଭାସିଗଲା ଲକ୍ଷ ଲକ୍ଷ ଟଙ୍କାର ଶୁଖୁଆ । ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଶୁଖୁଆ ବ୍ୟବସାୟୀ । ଧାମରାରେ ବିଳମ୍ବିତ ରାତିରେ ସମୁଦ୍ରରୁ ମାଡ଼ି ଆସିଲା ୨୦ଫୁଟ ଉଚ୍ଚର ଜୁଆର । ଶନିବାର ଅମାବାସ୍ୟା ଥିବାରୁ ସମୁଦ୍ର ଅଧିକ ଅଶାନ୍ତ ଥିଲା । ଗାଁରେ ଜୁଆର ପାଣିପଶିଯାଇଥିଲା । ଘରେ ପାଣି ପଶିଯାଇଥିବାରୁ ଭଦ୍ରକ ଜିଲ୍ଲା ଧାମରା ଦୋସିଙ୍ଗା ଅଞ୍ଚଳର ୪୦ରୁ ଅଧିକ ମସ୍ତ୍ର୍ୟଜୀବୀ ପରିବାର ପ୍ରାଣ ବିକଳରେ ପହଁରି ପହଁରି ବାତ୍ୟା ଆଶ୍ରୟସ୍ଥଳକୁ ପଳାଇ ଯାଇଥିଲେ ।

ଶୀତ ଦିନେ ଶୁଖୁଆ ଆମଦାନୀର ପ୍ରକୃଷ୍ଟ ସମୟ । ଦୋସିଙ୍ଗ ସହ ଧାମରା, ଅମରନଗର, ଚନ୍ଦନୀପାଳ ଆଦି ଅଞ୍ଚଳରେ ମସ୍ତ୍ର୍ୟଜୀବୀ ମାଛ ଶୁଖାଇ ରାଜ୍ୟ ତଥା ରାଜ୍ୟ ବାହାରକୁ ଚାଲାଣ କରନ୍ତି । ଶୁଖୁଆ ବେପାର କରିବାକୁ ଟଙ୍କା ଧାରକରଜ କରି ଆଣିଥାନ୍ତି । ହେଲେ ସାମୁଦ୍ରିକ ଜୁଆର ମାଡ଼ି ଆସିବାରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଶୁଖୁଆ ସହ ଅସ୍ଥାୟୀ ପଲାକୁଡ଼ିଆଗୁଡ଼ିକ ସମୁଦ୍ରରେ ଲୀନ ହୋଇଯାଇଥିଲା ।

ଭଲ ବ୍ୟବସାୟ କରିବା ନେଇ ଆଶା କରିଥିବାବେଳେ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି ଶୁଖୁଆ ବ୍ୟବସାୟୀ । ପରିବାର ପ୍ରତିପୋଷଣ କରିବା ନେଇ ଘାରିଛି ଚିନ୍ତା । ପ୍ରଶାସନ ପକ୍ଷରୁ ସାହାଯ୍ୟ ମିଳିଲେ ପୁଣି ବ୍ୟବସାୟ ଆରମ୍ଭ କରିବେ ବୋଲି ମସ୍ତ୍ର୍ୟଜୀବୀ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.