Latest Odisha News

BREAKING NEWS

୨ ଲକ୍ଷ ଟଙ୍କାର ହେରୋଇନ୍‌ ଜବତ; ଟାର୍ଗେଟରେ ଥିଲେ ସ୍କୁଲ୍ ଓ କଲେଜ ପିଲା

ରାଉରକେଲା: ରେଲୱେ କଲୋନୀ ଅଞ୍ଚଳରୁ ହେରୋଇନ ଜବତ କଲା ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ । ଅଭିଯୁକ୍ତ ହେଲେ କଳାହାଣ୍ଡି ଗୋଲାମୁଣ୍ଡାର ମୂଳବାସିନ୍ଦା ତଥା ଝାରସୁଗୁଡ଼ା ଶାନ୍ତିନଗର ବୁରୋମାଲ ଅଞ୍ଚଳର ଭାଗୀରଥି ମେହେର(୩୨)। ଅଭିଯୁକ୍ତ ଠାରୁ ୨୦ ଗ୍ରାମ୍‌ ହେରୋଇନ୍‌ ଜବତ କରାଯାଇଛି, ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨ ଲକ୍ଷ ଟଙ୍କା ।

ସୂଚନାଥାଉକି,ଅଭିଯୁକ୍ତ ଭାଗୀରଥି ମେହେର ଗୁରୁବାର ସକାଳେ ଟ୍ରେନ୍‌ରେ ଝାରସୁଗୁଡ଼ାରୁ ରାଉରକେଲା ଆସିଥିଲେ। ଷ୍ଟେସନ୍‌‌ରେ ଓହ୍ଲାଇବା ପରେ ୨ ନମ୍ବର ପ୍ରବେଶ ପଥ ଦେଇ ରେଲୱେ କଲୋନୀ ଆଡ଼କୁ ଯାଇଥିଲେ। ତେବେ ସେ ହେରୋଇନ୍‌ ଡିଲ୍‌ କରିବାକୁ ଯାଇଥିବା ନେଇ ପ୍ଲାଣ୍ଟସାଇଟ୍‌ ପୋଲିସକୁ ବିଶେଷ ସୂତ୍ରରୁ ସୂଚନା ମିଳିଥିଲା। ଏସ୍‌ ଆଇ ଉମେଶ ଅହିର ତୁରନ୍ତ ସଦଳବଳ ନେଇ ରେଲୱେ କଲୋନୀ ବଡ଼ପାର୍କରେ ପହଞ୍ଚିଥିଲେ। ଏହାପରେ ଭାଗୀରଥିକୁ ତୁରନ୍ତ କାବୁ କରି ଯାଞ୍ଚ କରାଯାଇଥିଲା। ତା’ଠାରୁ ଏକ ପଲିଥିନ୍‌ରେ ଧଳାଜହର ମିଳିବା ପରେ ଥାନାକୁ ଅଣାଯାଇଥିଲା।

ଏପଟେ ପଚରାଉଚରାରୁ ଜଣାପଡିଥିଲା ଯେ, ସ୍କୁଲ୍ ଓ କଲେଜ ପିଲା ତଥା ସାଧାରଣ ଲୋକଙ୍କୁ ବିକ୍ରି କରି ଆର୍ଥିକ ଲାଭ ପାଇଁ ରାଉରକେଲା ଆସିଥିଲା ।

Comments are closed.