Latest Odisha News

BREAKING NEWS

ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ଟ୍ୟୁମର

ମାଲକାନଗିରି: ଆଦିବାସୀ ଅଧ୍ୟୁତିସ ଅଞ୍ଚଳରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା। ମାଲକାନଗିରି ମେଡିକାଲରେ ଦେଖିବାକୁ ମିଳିଲା ଚମତ୍କାର। ନାବାଳିକାଙ୍କ ପେଟରୁ ବାହାରିଲା ୨୦ କିଲୋ ଓଜନର ବିରାଟ ଟ୍ୟୁମର। ସଫଳ ଅସ୍ତ୍ରୋପଚାର ଦ୍ୱାରା ଜଣେ ୧୭ ବର୍ଷୀୟ ଝିଅ ପେଟରୁ ବାହାର କରାଯାଇଛି ୨୦ କେଜି ଓଜନର ବିଶାଳ ଟ୍ୟୁମର। ଏହି ଘଟଣା ପରେ ଇତିହାସ ରଚିଛି ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ।

ଡାକ୍ତର ସପନ କୁମାର ଦିଣ୍ଡାଙ୍କ ନେତୃତ୍ୱରେ ଏହି ବିରଳ ଅସ୍ତ୍ରୋପଚାର ସଫଳତାର ସହ ଶେଷ ହୋଇଛି। ଏବେ ନାବାଳିକା ଜଣଙ୍କ ସଂପୂର୍ଣ୍ଣ ସୁସ୍ଥ ରହିଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ମାଲକାନଗିରି ସୀମାନ୍ତ ଛତିଶଗଡ଼ କାଙ୍କେର ଜିଲ୍ଲାର ବାଙ୍ଗାବାଡ଼ି ଗାଁର ତୁଳସୀ ଦୀର୍ଘଦିନ ଧରି ପେଟ ଯନ୍ତ୍ରଣାର ସାମ୍ନା କରୁଥିଲେ। ତାଙ୍କ ପେଟ ସବୁ ବେଳେ ଅସ୍ୱାଭାବିକ ଢଙ୍ଗରେ ଫୁଲି ରହୁଥିଲା। ତାଙ୍କୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାର ସାମ୍ନା କରିବାକୁ ପଡ଼ୁଥିଲା। ଏଥିପାଇଁ ସେ ବିଭିନ୍ନ ସ୍ଥାନରେ ଚିକିତ୍ସା କରିଥିଲେ। ତଥାପି ସୁଫଳ ମିଳିନଥିଲା।

ସବୁଆଡ଼ୁ ନିରାଶ ହେବା ପରେ ତୁଳସୀଙ୍କୁ ଧରି ପରିବାର ଲୋକ ଶେଷରେ ମାଲକାନଗିରି ଜିଲ୍ଲା ଚିକିତ୍ସାଳୟରେ ପହଞ୍ଚିଥିଲା। ସେଠାରେ ତାଙ୍କର ବିଭିନ୍ନ ଟେଷ୍ଟ ହୋଇଥିଲା। ଏହି ସମୟରେ ତାଙ୍କ ପେଟରେ ଥିବା ବିଶାଳ ଟ୍ୟୁମର ସମ୍ପର୍କରେ ଜାଣିବାକୁ ପାଇଥିଲେ ଡାକ୍ତର। ତେବେ ଟ୍ୟୁମରର ଆକାର ଅତ୍ୟନ୍ତ ବିଶାଳ ଥିବାରୁ ଏହାକୁ ବାହାର କରିବା ଡାକ୍ତରୀ ଟିମ ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା। ତଥାପି ଡାକ୍ତର ଦିଣ୍ଡା ଅସ୍ତ୍ରୋପଚାର କରିବାକୁ ନିଷ୍ପତ୍ତି ନେଇଥିଲେ। ଆଉ ଦୀର୍ଘ ଘଣ୍ଟାର ଅପରେସନ ପରେ ତୁଳସୀଙ୍କ ପେଟରୁ ଟ୍ୟୁମରକୁ ସଫଳତାର ସହ ବାହାର କରିଥିଲେ।

ଏହାର ଓଜନ ୨୦ କେଜି ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ଅସ୍ତ୍ରୋପଚାର ସଫଳ ହୋଇଥିବାରୁ ଏବେ ତୁଳସୀଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ରହିଛି। ଆଉ କିଛି ଯାଞ୍ଚ ପରେ ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମଧ୍ୟ କରିଦିଆଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି। ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏପରି ବିରଳ ଅସ୍ତ୍ରୋପଚାରକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.