Latest Odisha News

BREAKING NEWS

ବିଶ୍ୱର ୨୦ଟି ଲୋକପ୍ରିୟ ଆପ୍, ସର୍ବାଧିକ ବ୍ୟବହାର କରନ୍ତି ସ୍ମାର୍ଟଫୋନ୍ ୟୁଜର୍ସ

ମୁମ୍ବାଇ: ଆଜିର ଦିନରେ ସମସ୍ତଙ୍କ ଦୈନନ୍ଦିନ ଜୀବନରେ ସ୍ମାର୍ଟଫୋନ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ବିଶେଷ କରି ମୋବାଇଲ୍ ଆପ୍ ବିନା ସ୍ମାର୍ଟଫୋନରେ କାମ କରିବା ସହଜ ନୁହେଁ। ଆଜି ଆମେ ଆପଣଙ୍କୁ ବିଶ୍ୱର ସର୍ବାଧିକ ବ୍ୟବହୃତ ଆପ୍ ବିଷୟରେ କହିବାକୁ ଯାଉଛୁ, ଯାହା ଟପ୍ ୨୦ ଲୋକପ୍ରିୟ ଆପ୍ ତାଲିକାରେ ଅନ୍ତର୍ଭୁକ୍ତ।

ଏହା ପରେ, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ହେଉଛି ସାରା ବିଶ୍ୱରେ ବ୍ୟବହୃତ ଲୋକପ୍ରିୟ ଆପ୍। ଏହି ଆପଗୁଡ଼ିକ ଆଜି ଅଧିକାଂଶ ମୋବାଇଲ୍ ଫୋନ୍ ବ୍ୟବହାରକାରୀଙ୍କ ଫୋନରେ ସଂସ୍ଥାପିତ ହୋଇଛି।

ଟିକଟୋକ୍: କିଙ୍ଗ୍ ଅଫ୍ ଆପ୍
ଲଗାତାର ତିନିବର୍ଷ ଧରି ଟିକଟୋକ୍ ଆପ୍ ସାରା ବିଶ୍ୱରେ ଏକ ଲୋକପ୍ରିୟ ଆପ୍ ଭାବେ ରହିଆସିଛି। ଭାରତରେ ଏହି ଆପ୍ ବ୍ୟାନ୍ ହେବା ସତ୍ତ୍ୱେ ଟିକଟୋକ୍ ବିଶ୍ୱର ସବୁଠାରୁ ବଡ ସ୍ମାର୍ଟଫୋନ୍ ବଜାର ମଧ୍ୟରେ ଲୋକପ୍ରିୟତା ବଜାୟ ରଖିଛି।

ଇନଷ୍ଟାଗ୍ରାମ: ରିଲ୍ ଭିଡିଓ ପାଇଁ ଲୋକପ୍ରିୟ
ଟିକଟୋକ ପରେ ହଟ୍ ଲିଷ୍ଟରେ ଅଛି ମେଟା ମାଲିକାନା ଆପ୍ ଇନଷ୍ଟାଗ୍ରାମ। ରିଲ୍ସ କିମ୍ବା ଷ୍ଟୋରୀ ହେଉ, ଇନଷ୍ଟାଗ୍ରାମର ଏହି ମନରଞ୍ଜନ ପ୍ଲାଟଫର୍ମ ଉପଭୋକ୍ତାମାନଙ୍କୁ ନିଜ ଆଡ଼କୁ ବାନ୍ଧି ରଖିଛି।

ଫେସବୁକ୍: ଏବେ ବି ରହିଛି ଚାହିଦା
ସୋସିଆଲ ମିଡିଆରେ ଏବେ ବି ଫଏସବୁକର ରହିଛି ବେଶ ଚାହିଦା। ଅଧିକାଂଶ ଲୋକେ ଫେସବୁକ୍ ବ୍ୟବହାର କରୁଛନ୍ତି। ଅଧିକାଂଶ ଡାଉନଲୋଡ୍ ହୋଇଥିବା ଆପର ଶୀର୍ଷ ତାଲିକାରେ ଫେସବୁକ ନିଜର ସ୍ଥାନ ବଜାୟ ରଖିଛି।

ହ୍ୱାଟସ୍ ଆପ୍: ଯୋଗାଯୋଗ ପାଇଁ ଏକ ସହଜ ମାଧ୍ୟମ
ହ୍ୱାଟସ୍ ଆପ୍ ସମଗ୍ର ବିଶ୍ୱରେ ବହୁଳ ଭାବରେ ବ୍ୟବହୃତ ହୁଏ। ଏହି ଆପ୍ ମାଧ୍ୟମରେ ଲୋକମାନେ ପରସ୍ପର ସହ ବାର୍ତ୍ତା କରନ୍ତି ଏବଂ ପରସ୍ପର ସହିତ ସଂଯୁକ୍ତ ରୁହନ୍ତି। ଯୋଗାଯୋଗ ଦୃଷ୍ଟିରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆପ୍ ହୋଇପାରିଛି। ଭିଡିଓ କଲିଂ, ଟେକ୍ସଟ ମେସେଜ, ଭଏସ ମେସେଜ, ଗ୍ରୁପ କଲିଂ, ଭିଡିଓ ଏବଂ ଫଟୋ ସେୟାର କରିବା ଯୋଗୁଁ ଏହି ଆପର ଅଧିକ ଚାହିଦା ରହିଛି।

କ୍ୟାପକଟ୍
ଟିକଟୋକ ପରି କ୍ୟାପକଟ୍ ଆପ୍ ମଧ୍ୟ ବହୁତ ଲୋକପ୍ରିୟ। ଏହି ଆପ୍ ଲୋକମାନଙ୍କୁ ଛୋଟ ଭିଡିଓ ତିଆରି ଏବଂ ଏଡିଟ୍ କରିବାକୁ ଅନୁମତି ଦିଏ।

ଟେଲିଗ୍ରାମ
ଟେଲିଗ୍ରାମ ମଧ୍ୟ ସାରା ବିଶ୍ୱରେ ଲୋକପ୍ରିୟ। ସମ୍ପ୍ରତି କମ୍ପାନୀ ଷ୍ଟୋରୀ ଫିଚରକୁ ସର୍ବଭାରତୀୟ ସ୍ତରରେ ରୋଲଆଉଟ କରିଛି। ଉପଭୋକ୍ତାମାନେ ଟେଲିଗ୍ରାମରେ ୪୮ ଘଣ୍ଟା ପାଇଁ ଷ୍ଟୋରୀ ସେଟ୍ କରିପାରିବେ।

ସ୍ନାପଚାଟ୍ ଏବଂ ସ୍ପୋଟିଫାଏ
ଲୋକପ୍ରିୟ ଆପ୍ ମଧ୍ୟରେ ସ୍ନାପଚାଟ୍ ଏବଂ ସ୍ପୋଟିଫାଏ ମଧ୍ୟ ରହିଛି। ସ୍ନାପଚାଟ୍ ଏହାର ଡିସଆପିଏରିଂ ମେସେଜ ଏବଂ ଏଆର୍ ଫିଲ୍ଟର୍ ପାଇଁ ପ୍ରସିଦ୍ଧ। ସ୍ପୋଟିଫାଏ ଆପ୍ ମାଧ୍ୟମରେ, ଉପଭୋକ୍ତାମାନେ ସେମାନଙ୍କର ପ୍ରିୟ ଅଡିଓ ଶୁଣିବାକୁ ସକ୍ଷମ ଅଟନ୍ତି।

ଚାଇନିଜ୍ ଭିତ୍ତିକ ଅନ୍ଲାଇନ୍ ସପିଂ ଆପ୍ ଟେମୁ ଯାହା ବିଭିନ୍ନ ପ୍ରକାରର ପ୍ରଡକ୍ଟ ଉପରେ ରିହାତି ଦେଇଥାଏ। ଯେଉଁଥିପାଇଁ ଦୁନିଆର ଅଧିକାଂଶ ଲୋକେ ଏହି ଆପ୍ କୁ ପସନ୍ଦ କରନ୍ତି। ସେହିପରି ଅଧିକାଂଶ ଲୋକଙ୍କ ଫୋନରେ ଜିଓ ସିନେମା ଆପ୍, ହ୍ୱାଟସ୍ ଆପ୍ ବିଜନେସ, ସିଇନ୍, ଟ୍ୱିଟର (ଏକ୍ସ), ୟୁଟ୍ୟୁବ୍, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ, ଫେସବୁକ ମେସେଞ୍ଜର, ପିକ୍ସଆର୍ଟ (ଫଟୋ ଏଡିଟିଂ ଆପ୍), ପିନଟ୍ରେଷ୍ଟ, କାନଭା (ଫଟୋ ଏଡିଟିଂ ଆପ୍) ଭଳି ଆପକୁ ବିଶ୍ୱରେ ଅଧିକାଂଶ ଲୋକେ ସର୍ବାଧିକ ବ୍ୟବହାର କରନ୍ତି।

Leave A Reply

Your email address will not be published.