Latest Odisha News

BREAKING NEWS

ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’, ୨୦ ଆହତ

ଭୁବନେଶ୍ଵର: ଭାରସ୍ୟାମ ହରାଇ ନାଳକୁ ଖସିଲା ‘ମୋ ବସ୍’ । ଦୁର୍ଘଟଣାରେ ୨୦ରୁ ଅଧିକ ଯାତ୍ରୀ ଆହତ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଲେ ପୋଲିସ ଓ ଉଦ୍ଧାରକାରୀ ଦଳ । ସମସ୍ତ ଆହତଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ସେଥିରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି ।

ସୂଚନା ଅନୁସାରେ, ଆଜି ଅପରାହ୍ନରେ ବସ୍‌ଟି ଭୁବନେଶ୍ୱରରୁ ଖୋର୍ଦ୍ଧା ଯାଉଥିବା ବେଳେ ପିତାପଲ୍ଲୀ ନିକଟ ପେଟ୍ରୋଲପମ୍ପ ନିକଟରେ ଭାରସ୍ୟାମ ହରାଇ ବସଟି ନାଳକୁ ଖସିପଡିଥିଲା । ବସରେ ଥିବା ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏନେଇ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦିଆଯାଇଥିଲା ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଖୋର୍ଦ୍ଧା ଡାକ୍ତରଖାନାକୁ ପଠାଇବା ସହ ଗୁରୁତରମାନଙ୍କୁ ଭୁବନେଶ୍ୱର ସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ଦୁର୍ଘଟଣା ପରେ ଉକ୍ତ ସ୍ଥାନରୁ ଡ୍ରାଇଭର କେଉଁ ଆଡେ ଫେରାର ହୋଇଯାଇଛି । ସେପଟେ ଡ୍ରାଇଭରର ବେପରୁଆ ଗାଡି ଚାଳନା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କହିଛନ୍ତି ଯାତ୍ରୀ ଓ ସ୍ଥାନୀୟ ଲୋକେ। ପୋଲିସ ଘଟଣାର ତଦନ୍ତ କରୁଛି ।

Comments are closed.