Latest Odisha News

BREAKING NEWS

ବିଜେପି ଛାଡିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ଵର: ବିଜେପି ଛାଡ଼ିଲେ ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କୁ ପଠାଇଲେ ଇସ୍ତଫା ପତ୍ର । ବସ୍ତା ବିଧାନସଭା କ୍ଷେତ୍ରରୁ ୫ ଥର ପ୍ରତିନିଧିତ୍ବ କରିଥିଲେ ଶ୍ରୀ ମହାନ୍ତି । ସରକାରୀ ଦଳର ମୁଖ୍ୟ ସଚେତକ ଓ ମନ୍ତ୍ରୀ ଥିଲେ ରଘୁ । ତେବେ ବଧୂ ନିର୍ଯାତନା ମାମଲାରେ ଗିରଫ ହେବାପରେ ତାଙ୍କୁ ଦଳରୁ ନିଲମ୍ବନ କରିଥିଲା ବିଜେଡି । ପରବର୍ତ୍ତୀ ଅବସ୍ଥାରେ ସେ ବିଜେପିରେ ଯୋଗଦେଇଥିଲେ ।

ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଉଛନ୍ତି ରଘୁ । ୨୦୧୯ରେ ବିଜେଡିରୁ ଇସ୍ତଫା ଦେବାର ଦୁଇ ଦିନ ପରେ ପୂର୍ବତନ ମନ୍ତ୍ରୀ ତଥା ବସ୍ତାର ପୂର୍ବତନ ବିଧାୟକ ରଘୁନାଥ ମହାନ୍ତି, ତାଙ୍କ ପୁଅ ଓ ବୋହୂ ବିଜେପିରେ ଯୋଗ ଦେଇଥିଲେ । ତେବେ ବିଜେପି ଛାଡିବା ପରେ ସେ କେଉଁ ଦଳକୁ ଯିବେ ସେନେଇ କୌଣସି ସୂଚନା ମିଳିନାହିଁ ।

ରଘୁନାଥ ଓଡ଼ିଶା ରାଜନୀତିରେ ପ୍ରଥମେ ବିଜେଡି କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନସଭାରେ ବିଧାୟକ ଏବଂ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି । ରଘୁନାଥ ୧୯୯୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଭାବରେ ବସ୍ତା ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯାଥାକ୍ରମେ ୧୦ମ, ୧୧ଶ, ୧୨ଶ, ୧୩ଶ, ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।

ରଘୁନାଥ ୧୩ଶ ଓଡ଼ିଶା ବିଧାନ ସଭାରେ ନବୀନ ପଟ୍ଟନାୟକଙ୍କର ମନ୍ତ୍ରୀମଣ୍ଡଳରେ ପଞ୍ଚାୟତିରାଜ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବରେ ୧୭ ମଇ ୨୦୦୬ରୁ ୨୧ ମଇ ୨୦୦୯ ଯାଏଁ କାର୍ଯ୍ୟ କରିଥିଲେ । ଏହାପରେ ୧୪ଶ ଓଡ଼ିଶା ବିଧାନ ସଭାରେ ସେ ଶିଳ୍ପ, ଇସ୍ପାତ ଓ ଖଣି ଏବଂ ବୈଦେଶିକ ବ୍ୟାପର ମନ୍ତ୍ରୀ ଭାବରେ ୨୨ ମଇ ୨୦୦୯ ରୁ ୨ ଅଗଷ୍ଟ ୨୦୧୨ ଯାଏଁ କାର୍ଯ୍ୟ କରିଥିଲେ । ସେହିପରି ୨ ଅଗଷ୍ଟ ୨୦୧୨ରୁ ୧୫ ମାର୍ଚ୍ଚ ୨୦୧୩ଯାଏଁ ସେ ଆଇନ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ।

 

Leave A Reply

Your email address will not be published.