ସୋର: ବିଷାକ୍ତ ଖାଦ୍ୟଖାଇ ୨୦ରୁ ଅଧିକ ଯାତ୍ରୀ ଅସୁସ୍ଥ । ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରୁ । ସମସ୍ତ ଅସୁସ୍ଥ ଯାତ୍ରୀଙ୍କୁ ଚିକିତ୍ସା ପାଇଁ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇିଛି । ଡାକ୍ତରଖାନାରେ ସମସ୍ତଙ୍କର ଚିକିତ୍ସା ଚାଲିଛି ।
ସୂଚନା ଅନୁସାରେ କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ପ୍ରାୟ ୫୦ ଜଣ ତୀର୍ଥଯାତ୍ରୀ ଏକ ବସ୍ ରେ ୨୫ ଦିନ ପାଇଁ ଭ୍ରମଣ ଆରମ୍ଭ କରିଥିଲେ । ଗତ ୨୬ ତାରିଖରେ ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣ ପାଇଁ ବାହାରି ଗତକାଲି ଗୟାରୁ ପୁରୀ ଅଭିମୁଖେ ଯାଉଥିଲେ । ସୋର ନିକଟରେ ପହଞ୍ଚିବା ପରେ ସେଠାରେ ସମସ୍ତ ତୀର୍ଥ ଯାତ୍ରୀଙ୍କ ପାଇଁ ରୋଷେଇ କରାଯାଇଥିଲା । ସେଠାରେ ସମସ୍ତେ ଖାଇବା ପରେ କିଛି ସମୟ ପରେ ୨୦ ରୁ ଅଧିକ ଲୋକ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ ।
ଏହାପରେ ତୁରନ୍ତ ସମସ୍ତଙ୍କୁ ଉଦ୍ଧାର କରାଯାଇ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।
Comments are closed.