Latest Odisha News

‘ରାଜ୍ୟରେ ଖୋଲିବ ୨୦୦ ଗୋଶାଳା, ଗୋଚାଲାଣ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ’

ଭୁବନେଶ୍ବର: ଗୋ-ସୁରକ୍ଷା ଓ ମାଛ ଚାଷ କୁ ନେଇ ବଡ ବୟାନ ଦେଲେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ସେ କହିଛନ୍ତି, ରାଜ୍ୟରେ ବୃଦ୍ଧି ପାଉଥିବା ଗୋଚାଲାଣକୁ ରୋକିବା ପାଇଁ ସ୍ୱତନ୍ତ୍ର ରୋଡମ୍ୟାପ୍ ପ୍ରସ୍ତୁତ କରାଯାଇଛି । ଗୋଚାଳାଣ କରୁଥିବା ବ୍ୟକ୍ତିଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ।

ମନ୍ତ୍ରୀ ଆହୁରି କହିଛନ୍ତି ଯେ, ରାଜ୍ୟରେ ୨୦୦ ଟି ଗୋଶାଳା ଖୋଲାଯିବ । ଖାଲି ସେତିକି ନୁହେଁ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପଶୁ ମାନଙ୍କର ଚିକିତ୍ସା ପାଇଁ ଭ୍ରାମ୍ୟମାଣ ଚିକିତ୍ସାଳୟ ଖୋଲାଯିବ ।

ସେହିପରି ରାଜ୍ୟରେ ମତ୍ସ ଉତ୍ପାଦାନ ନେଇ ବିଶେଷ ଗୁରୁତ୍ବ ଦିଆଯାଉଛି । ମତ୍ସ୍ୟଜୀବୀଙ୍କର ବିଭିନ୍ନ ସମସ୍ୟାର ସମାଧାନ କରିବା ଦିଗରେ ଧ୍ୟାନ ଦିଆଯାଉଛି । ଗ୍ରାମାଞ୍ଚଳରେ ମତ୍ସ୍ୟଜୀବୀଙ୍କ ପାଇଁ ଶୀତଳଭଣ୍ଡାର ନିର୍ମାଣ କରାଯିବ । ନିର୍ବାଚନୀ ଘୋଷଣା ପତ୍ରରେ ଦିଆଯାଇଥିବା ପ୍ରତିଶୃତିକୁ ପୁରା କରାଯିବ । ଏମଏସଏମଇ ଜରିଆରେ ଯୁବକଙ୍କୁ କିଭଳି ଆତ୍ମନିର୍ଭର କରାଯିବ ବୋଲି ମନ୍ତ୍ରୀ ଗୋକୁଳାନନ୍ଦ କହିଛନ୍ତି ।

Leave A Reply

Your email address will not be published.