Latest Odisha News

BREAKING NEWS

ଭାରତରେ ୨୦୦ ଛୁଇଁଲା ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା, ସୁସ୍ଥ ହେଲେଣି ୭୭

ନୂଆଦିଲ୍ଲୀ: ଭାରତରେ ମାଡୁଛି ଓମିକ୍ରନ୍ । ଆକ୍ରାନ୍ତଙ୍କ ସଂଖ୍ୟା ବଢୁଛି । ଆଜି ଦୁଇ ଶହ ପାର କରିଛି ଓମିକ୍ରନ୍ ସଂକ୍ରମିତଙ୍କ ସଂଖ୍ୟା । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ୧୨ ରାଜ୍ୟରୁ ଚିହ୍ନଟ ହୋଇଛି ନୂଆ ଭାରିଆଣ୍ଟ । ଦିଲ୍ଲୀରେ ଦ୍ରୁତ ବଢୁଛି ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା । ମହାରାଷ୍ଟ୍ରରେ ବି ବ୍ୟାପୁଛି । ଏହି ଦୁଇ ରାଜ୍ୟରେ ୫୪ ଜଣ ଲେଖାଏ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୧୫, ଗୁଜରାଟରୁ ୧୪ ଓ ଉତ୍ତରପ୍ରଦେଶରୁ ୨ ଜଣ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶ, ଚଣ୍ଡୀଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଚିହ୍ନଟ ହୋଇଛନ୍ତି ଜଣେ ଲେଖାଏ ଓମିକ୍ରନ୍ ଆକ୍ରାନ୍ତ ।
ଦିଲ୍ଲୀରେ ୫୪ ଜଣ ସଂକ୍ରମିତ ହୋଇଛନ୍ତି । ଗତ କିଛି ଦିନ ଭିତରେ ଦିଲ୍ଲୀରେ ଏତେ ସଂଖ୍ୟକ ଓମିକ୍ରନ୍ ଆକ୍ରାନ୍ତ ବାହାରିଛନ୍ତି । ପ୍ରତି ୪ ଜଣରେ ଜଣେ ସଂକ୍ରମିତ ହେଉଛନ୍ତି । ଦେଶରୁ ୨୦୦ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ବି ସୁସ୍ଥହାର ବି ବଢୁଛି । ବର୍ତ୍ତମାନ ସୁଦ୍ଧା ୭୭ ଆକ୍ରାନ୍ତ ସୁସ୍ ହୋଇ ସାରିଲେଣି ।

ମହାରାଷ୍ଟ୍ରରେ ୫୪ରୁ ୨୮, ଦିଲ୍ଲୀରେ ୫୪ରୁ ୧୨, କର୍ଣ୍ଣାଟକରେ ୧୯ରୁ ୧୫ ଜଣ ସୁସ୍ଥ ହୋଇଛନ୍ତି । ରାଜସ୍ଥାନରେ ଆରୋଗ୍ୟ ଲାଭ କରିଛନ୍ତି ସମସ୍ତ ୧୮ ସଂକ୍ରମିତ । ସେହିପରି ଉତ୍ତରପ୍ରଦେଶ, ଆନ୍ଧ୍ର ଓ ପଶ୍ଚିମବଙ୍ଗର ଓମିକ୍ରନ୍ ଆକ୍ରାନ୍ତ ବି ସୁସ୍ଥ ହୋଇ ସାରିଛନ୍ତି ।

Leave A Reply

Your email address will not be published.