Latest Odisha News

BREAKING NEWS

ଅକ୍ଷୟଙ୍କ ଯାଦୁ କମୁଛି, କ୍ରମାଗତ ୩ଟି ଫିଲ୍ମ ଫ୍ଲପ

ମୁମ୍ବାଇ: ଖିଲାଡି କୁମାର ଭାବେ ପରିଚିତ ବଲିଉଡର ଲୋକପ୍ରିୟ ଅଭିନେତା ଅକ୍ଷୟ କୁମାରଙ୍କ କ୍ରମାଗତ ୩ଟି ଫିଲ୍ମ ଫ୍ଲପ ହେବା ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି । ଚଳିତ ଦଶନ୍ଧିରେ ପ୍ରଥମ ଥର ପାଇଁ ଅକ୍ଷୟଙ୍କ ଫିଲ୍ମକୁ ଦର୍ଶକମାନେ ନାପସନ୍ଦ କରିଛନ୍ତି । ବହୁ ପ୍ରତୀକ୍ଷିତ ସମ୍ରାଟ ପୃଥ୍ୱୀରାଜ ପ୍ରଥମ ସପ୍ତାହରେ ମାତ୍ର ୫୫.୦୫ କୋଟି ଆୟ କରିଛି । ୩୦୦ କୋଟି ବଜେଟର ଏହି ଫିଲ୍ମ ଏ ଭଳି ପ୍ରଦର୍ଶନ କରିବ ବୋଲି କେହି କେବେ ଭାବି ନ ଥିଲେ । ଅକ୍ଷୟଙ୍କ ଯାଦୁ କମୁଛି ବୋଲି କେତେକ ସମୀକ୍ଷକ କହିଛନ୍ତି । ଏହା ପୂର୍ବରୁ ବଚ୍ଚନ ପାଣ୍ଡେ ଓ ବେଲ ବଟମ ଫିଲ୍ମ ମଧ୍ୟ ଭଲ ବ୍ୟବସାୟ କରିପାରି ନ ଥିଲା ।

ଦି କଶ୍ମୀର ଫାଇଲ୍ସ ବକ୍ସ ଅଫିସ ଝଡ ଆଗରେ ବଚ୍ଚନ ପାଣ୍ଡେ ତିଷ୍ଠି ପାରି ନ ଥିଲା । ଓଟିଟିରେ ମଧ୍ୟ ତାଙ୍କର ଲକ୍ଷ୍ମୀ ଏବଂ ଅତରଙ୍ଗୀ ରେ ନିରାଶ କରିଥିଲା । ତାଙ୍କର ଶେଷ ହିଟ ଫିଲ୍ମ ହେଲା ରୋହିତ ଶେଟ୍ଟୀଙ୍କ ସୂର୍ଯ୍ୟବଂଶୀ । ଏଥିରେ ଅଜୟ ଦେବଗାନ ଓ ରଣବୀର ସିଂ ଥିବାରୁ ଅକ୍ଷୟଙ୍କ ସୋଲୋ ହିଟ ଫିଲ୍ମରେ ଏହାକୁ ଗଣତି କରାଯାଉ ନାହିଁ । ରାମସେତୁ, ଓମାଇଗଡ୨ ପରି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ । ଏହି ଫିଲ୍ମ ଉପରେ ସମସ୍ତଙ୍କ ନଜର ରହିଛି ।

Leave A Reply

Your email address will not be published.