Latest Odisha News

BREAKING NEWS

୨୦୧୬ ଡବଲ ମର୍ଡର: ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡ

ଝାରସୁଗୁଡା: ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେବାକୁ ରାଇଗଡ ସିଜେଏମ୍ କୋର୍ଟ ଅନୁମତି ଦେଇଛି । ୨୦୧୬ ମସିହାରେ କଳ୍ପନା ଦାସ ଓ ତାଙ୍କ ୧୪ ବର୍ଷର ଝିଅର ନିର୍ମମ ହତ୍ୟା ମାମଲାରେ ୧୩ ଫେବୃଆରୀ ଦିନ ଅନୁପ ସାଏଙ୍କୁ ଗିରଫ କରିଥିଲା । ମେ ୭ରେ ହମୀରପୁରର ସାକମ୍ବରୀ ପ୍ଲାଣ୍ଟ ପାଖରେ ସେମାନଙ୍କ ମୃତ ଶରୀର ମିଳିଥିଲା ।

ମଙ୍ଗଳବାର ଦିନ କୋର୍ଟରେ ଅନୁପ ସାଏ ଓ ବର୍ଦ୍ଧନ ଟପ୍ପୋଙ୍କୁ ହାଜର କରି ସେମାନଙ୍କ ନାର୍କୋ ଟେଷ୍ଟ ଓ ପଚରାଉଚୁରା କରିବା ପାଇଁ କୋର୍ଟକୁ ଅନୁମତି ମାଗିଥିଲା ରାଇଗଡ ପୋଲିସ । କୋର୍ଟ ତା’ ପରଦିନ ଏହାର ଶୁଣାଣି କରିଥିଲା । କିନ୍ତୁ ମିଳିଥିବା ସୂଚନା ମୁତାବକ, ସିଜେଏମ୍ କୋର୍ଟ ନାର୍କୋ ଟେଷ୍ଟ ପାଇଁ ନିଷ୍ପତ୍ତି ନେଇ ନାହାଁନ୍ତି । ଏକ ସପ୍ତାହ ପରେ ଏହି ମାମଲାରେ ଶୁଣାଣି କରାଯିବ ବୋଲି କହିଛନ୍ତି ।

ଏହି ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋଙ୍କୁ ଦିନକ ପାଇଁ ରିମାଣ୍ଡ ଦେଇଛି କୋର୍ଟ । ଟପ୍ପୋଙ୍କୁ ୧୪ ଫେବୃଆରୀ ଦିନ ଡବଲ ମର୍ଡରରେ ସଂପୃକ୍ତିକୁ ନେଇ ପୋଲିସ ଗିରଫ କରିଥିଲା ।

Leave A Reply

Your email address will not be published.