Latest Odisha News

BREAKING NEWS

ଓଡ଼ିଶା ବଜେଟକୁ ନେଇ କ’ଣ ପ୍ରତିକ୍ରିୟା ରଖିଲେ ବିରୋଧୀ ଦଳର ନେତା, ଜାଣନ୍ତୁ

ଭୁବନେଶ୍ୱର: ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମଙ୍ଗଳବାର ଦିନ ବିଧାନସଭାରେ ଓଡ଼ିଶା ବଜେଟ୍ ୨୦୨୦-୨୧ ଉପସ୍ଥାପନ କରିବାପରେ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଓଡ଼ିଶା ବଜେଟକୁ ନେଇ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହି ବଜେଟ୍ ଆଦୌ ବିକାଶ ଅଭିମୁଖୀ ନୁହେଁ । ଏହା ରାଜ୍ୟର ସାମାଜିକ ତଥା ଅର୍ଥନୈତିକ ପ୍ରଗତିରେ ସହାୟକ ହୋଇପାରିବ ନାହିଁ । “ଏହି ବଜେଟ୍ ମାଧ୍ୟମରେ ଜନସାଧାରଣଙ୍କୁ ବିଭିନ୍ନ ଆଶା ଦେଖାଯାଇଛି । ଏହା ଲୋକଙ୍କର ସ୍ୱପ୍ନକୁ ପୂରଣ କରିପାରିବ ନାହିଁ,” ଏହା କହିଛନ୍ତି ଶ୍ରୀ ମିଶ୍ର ।

ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ ଏହି ବଜେଟ୍ ସମ୍ପର୍କରେ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ, ଏଥରର ବଜେଟ୍ ନୂଆ ବୋତଲରେ ପୁରୁଣା ମଦ ସଦୃଶ । ଚଳିତ ବଜେଟରେ କିଛି ନୂତନତ୍ୱ ନାହିଁ ।

ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ କହିଛନ୍ତି ରାଜ୍ୟ ସରକାର ଏହି ବଜେଟରେ ଚାଷୀମାନଙ୍କୁ ନିରାଶ କରିଛନ୍ତି । “ଏହି ବଜେଟରେ ରାଜ୍ୟ ସରକାର ପ୍ରତିବର୍ଷ ପରି ଏହି ବଜେଟରେ ମଧ୍ୟ ବିଜୁ ପକ୍କା ଘର ଯୋଜନାରେ ବ୍ୟୟ ବରାଦ କରିନାହାନ୍ତି ।”

ଏହି ବଜେଟ୍ କୌଣସି ଯୋଜନାବଦ୍ଧ ରାସ୍ତା ପ୍ରଦର୍ଶିତ କରୁନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ସାଧାରଣତଃ ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବା ବେଳେ ରାଜ୍ୟ ସରକାର ଏହି ବଜେଟରେ ସାଧାରଣ ଚାଷୀଙ୍କ ଲାଗି କିଛି ଦୃଷ୍ଟି ଦେଇ ନାହାନ୍ତି ।

ଅପରପକ୍ଷରେ ଏହା ଏକ ଲୋକାଭିମୁଖୀ ବଜେଟ୍ ବୋଲି କହିଛି ବିଜୁ ଜନତା ଦଳ ।

“ ଏହି ବଜେଟରେ ରାଜ୍ୟ ସରକାର ମହିଳା ସଶକ୍ତିକରଣ, ଚାଷୀଙ୍କ ବିକାଶ ଏବଂ ବେକାରୀ ନିଯୁକ୍ତିକୁ ଗୁରୁତ୍ୱ ପ୍ରଦାନ କରିଛନ୍ତି । ଏଥିଲାଗି ମଧ୍ୟ ଅଧିକ ବ୍ୟୟ ବରାଦ ହୋଇଛି । ଏହାବ୍ୟତୀତ ଏହି ବଜେଟରେ କ୍ରୀଡ଼ାକୁ ମଧ୍ୟ ଗୁରୁତ୍ୱ ପ୍ରଦାନ କରିଛନ୍ତି ରାଜ୍ୟ ସରକାର,” ଏହା କହିଛନ୍ତି ରାଜ୍ୟ ସରକାରଙ୍କ ମିଡ଼ିଆ ପରାମର୍ଶଦାତା ମାନସ ମଙ୍ଗରାଜ ।

Leave A Reply

Your email address will not be published.