Latest Odisha News

BREAKING NEWS

ଆଜି ଘୋଷଣା ହେବ ୨୦୧୯ ଲୋକସଭା ନିର୍ବାଚନର ତାରିଖ

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ କମିଶନ ରବିବାର ସନ୍ଧ୍ୟା ସମୟରେ ଲୋକସଭା ନିର୍ବାଚନ ତାରିଖ ସହିତ ସମୟ ନିର୍ଘଣ୍ଟ ଘୋଷଣା କରିବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଏକରୁ ଅଧିକ ପର୍ଯ୍ୟାୟରେ ଏହି ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି, ନିର୍ବାଚନ ପ୍ରସ୍ତୁତି ପୂର୍ବରୁ ଏକ ପ୍ରାକ୍ ପ୍ରସ୍ତୁତି ବୈଠକ ନୂଆଦିଲ୍ଲୀଠାରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ।

ଭାରତରେ ଏହି ସାଧାରଣ ନିର୍ବାଚନ ୧୦ ଲକ୍ଷ ପୁଲିଂ ବୁଥ ମାଧ୍ୟମରେ ୫୪୩ଟି ଲୋକସଭା ଆସନ ଲାଗି ନିର୍ବାଚନ ଅନୁଷ୍ଠିତ ହେବ । ଆଜି ସନ୍ଧ୍ୟା ସମୟରେ ନିର୍ବାଚନ କମିଶନ ଏକ ସାମ୍ବାଦିକ ସମ୍ମିଳନୀ ଡ଼କାଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଲୋକସଭା ନିର୍ବାଚନ ସମ୍ପର୍କରେ ତାରିଖ ଓ ସମୟ ଧାର୍ଯ୍ୟ କରିବା ସହିତ ବିଭିନ୍ନ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ସମ୍ପର୍କୀତ ବିବରଣୀ ଘୋଷଣା କରାଯିବାକୁ କମିଶନ ନିଷ୍ପତ୍ତି ନେଇଛନ୍ତି ।

Leave A Reply

Your email address will not be published.