Latest Odisha News

BREAKING NEWS

ଶ୍ରୀମନ୍ଦିର ଲାଗି ପ୍ରସ୍ତୁତ ହେଲା ୨୦୨ କୋଟି ବଜେଟ୍

ଭୁବନେଶ୍ୱର: ଶ୍ରୀମନ୍ଦିର ଅର୍ଥ ସବ୍ କମିଟି ଶ୍ରୀମନ୍ଦିର ପାଇଁ ୨୦୨କୋଟି ଟଙ୍କାର ବଜେଟ୍ ପ୍ରସ୍ତୁତ କରିଛି । ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି । ଏ ନେଇ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏହି ସୂଚନା ଦେଇଛନ୍ତି ଶ୍ରୀ ମନ୍ଦିର ପ୍ରଶାସକ କ୍ରିଷନ କୁମାର ।

କ୍ରିଷନ କୁମାର କହିଛନ୍ତି, ‘ଆର୍ଥିକ ସବ କମିଟିର ଆଜିର ବୈଠକରେ ଚଳିତ ବର୍ଷ ପାଇଁ ଏହି ବଜେଟ୍ ପ୍ରସ୍ତୁତ ହୋଇଛି । ଆସନ୍ତା ବୈଠକରେ ଏ ନେଇ ଚୂଡାନ୍ତ ଅନୁମୋଦନ ହେବ ।’

ମୋଟ ବଜେଟରେ ରଥଯାତ୍ରା ପାଇଁ ୧୧ କୋଟି ବ୍ୟୟ ବରାଦ ହୋଇଛି। ସେହିପରି ସେବାୟତଙ୍କ ଚିକିତ୍ସା ସୁବିଧା ପାଇଁ ୫୦ ଲକ୍ଷ ବ୍ୟୟବରାଦ କରାଯାଇଛି। ସେବାୟତଙ୍କ ସହାୟତା ପାଇଁ ୫ କୋଟି ବ୍ୟୟବରାଦ କରାଯାଇଛି। ଗୁରୁକୁଳ ସ୍କୁଲ ପ୍ରତିଷ୍ଠା ପାଇଁ ସ୍ୱତନ୍ତ୍ର ବ୍ୟୟବରାଦ, ୨ଟି ଧର୍ମଶାଳା କାମ ପ୍ରାୟ ଶେଷ ହୋଇଛି। ଏହା ସହ ୨ଟି ଧର୍ମଶାଳା କାମ ଶେଷ ହୋଇଛି । ଗୋଟିଏ ନୂଆ ଭକ୍ତ ନିବାସ ପ୍ରତିଷ୍ଠା ହେବ । ଏଥି ସହ ଭକ୍ତଙ୍କ ଦାନ ଅର୍ଥ ବଢାଇବା ପାଇଁ ବ୍ୟବସ୍ଥା କରାଯିବବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି।

Leave A Reply

Your email address will not be published.