Latest Odisha News

BREAKING NEWS

୨୦୨୦ରେ କେତେ ସମ୍ପତ୍ତିର ମାଲିକାଣୀ କଙ୍ଗନା ରଣାୱତ ?

ମୁମ୍ବାଇ: ଗ୍ୟାଙ୍ଗଷ୍ଟର ଫେମ୍ ତଥା ପଙ୍ଗା ଗାର୍ଲ କଙ୍ଗନା ରଣାୱତ । ସୁଶାନ୍ତଙ୍କ ମାମଲାରେ ବଲିଉଡକୁ ଲଗାତାର ଟାର୍ଗେଟ୍ କରିବା ପରେ ମୁମ୍ବାଇକୁ ପିଓକେ କହି ଚର୍ଚ୍ଚାରେ ଅଛନ୍ତି । ସିଧାସଳଖ ମହାରାଷ୍ଟ୍ର ସରକାର ସହ ମୁହାଁମୁହିଁ ହୋଇଥିଲେ ବି ଥମିନି କଙ୍ଗନାଙ୍କ ଦମ୍ଭ ।

ନିକଟରେ କଙ୍ଗନାଙ୍କର ୪୮ କୋଟି ଟଙ୍କାର ଅଫିସ୍ ଉପରେ ବୁଲିଥିଲା ମୁନିସିପାଲିଟିର ବୁଲ୍ ଡୋଜର୍ । ଏହା ପରେ କଙ୍ଗନା ସିଧାସଳଖ ଶିବସେନା ଉପରେ ଆରୋପ ଲଗାଇଥିଲେ ।

୧୫ବର୍ଷର କ୍ୟାରିୟରରେ କଙ୍ଗନା ପରିଶ୍ରମ କରି ଅଭିନେତ୍ରୀରୁ ପ୍ରଯୋଜକ ପାଲଟିଥିଲେ । ନ୍ୟାସନାଲ ଆୱାର୍ଡ ସହ ଅନେକ ପ୍ରତିଷ୍ଠିତ ପୁରଷ୍କାର ବି ହାତେଇଥିଲେ । ଏପରିକି ସେ ପଦଶ୍ମୀରେ ମଧ୍ୟ ସମ୍ମାନିତ । ହେଲେ ଆପଣ ବୋଧ ହୁଏ ଜାଣିନଥିବେ ଯେ, ୪୮କୋଟି ଟଙ୍କାର ଅଫିସ ନିର୍ମାଣ କରିଥିବା କଙ୍ଗନାଙ୍କ ସମ୍ପତ୍ତି କେତେ ?

ଫିଲ୍ମ ଓ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଜରିଆରେ ହିଁ କଙ୍ଗନାଙ୍କର ଆୟ ହୋଇଥାଏ । ବଲିଉଡରେ ଦାମୀ ଅଭିନେତ୍ରୀଙ୍କ ମଧ୍ୟରେ ସେ ଜଣେ । ଫିଲ୍ମ ଛଡା ସେ ବିଜ୍ଞାପନରେ ମଧ୍ୟ ସକ୍ରିୟ । ଯେଉଁଠି ଗୋଟିଏ ଫିଲ୍ମ ପାଇଁ ସେ ୧୧କୋଟି ନେଇଥାନ୍ତି, ସେଠି ବିଜ୍ଞାପନ ପାଇଁ ତାଙ୍କ ଚାର୍ଜ ୧ ରୁ ୨କୋଟି ରହିଥାଏ ।

ରିପୋର୍ଟ ଅନୁଯାୟୀ କଙ୍ଗନାଙ୍କର ସମୁଦାୟ ସମ୍ପତ୍ତି୧୩ ମିଲିୟନ ଡଲାର ବା ୯୩ କୋଟି । ପ୍ରତିବର୍ଷ ସେ ୭.୫କୋଟି ଆୟ କରିଥାନ୍ତି । ମୁମ୍ବାଇ ଛଡା ହିମାଚଳପ୍ରଦେଶରେ ବି କଙ୍ଗନାଙ୍କର ୨୦କୋଟି ମୂଲ୍ୟର ଏକ ବଙ୍ଗଳା ସମେତ ଏକ ଅର୍ଗାନିକ ଫାର୍ମ ମଧ୍ୟ ରହିଛି । ମାତ୍ର ଦୁଇଟି ଲକ୍‌ଜୁରି ଗାଡିରେ କଙ୍ଗନାଙ୍କୁ ଯାତାୟତ କରିବାରେ ଦେଖିବାକୁ ମିଳିଥାଏ ।

Leave A Reply

Your email address will not be published.