Latest Odisha News

BREAKING NEWS

କୋଭିଡ୍ ଲକ୍ଷଣ ଥାଇ ଆଣ୍ଟିଜେନ୍ ରିପୋର୍ଟ ନେଗେଟିଭ୍ ଥିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ନୂଆଦିଲ୍ଲୀ: କୋଭିଡ୍ ଟେଷ୍ଚ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ଆଇସିଏମଆର ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି ହୋଇଛି । କରୋନା ଲକ୍ଷଣ ଥାଇ ରାପିଡ୍ ଆଣ୍ଟିଜେନ ଟେଷ୍ଟରେ ନେଗଟିଭ୍ ଚିହ୍ନଟ ଆକ୍ରାନ୍ତ କରିବେ RT-PCR ଟେଷ୍ଟ । ଏହାକୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ସବୁ ରାଜ୍ୟ, କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖାଯାଇଛି ।

ଦୁଇଟି କ୍ଷେତ୍ରରେ ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ଚିହ୍ନଟ ଆକ୍ରାନ୍ତ RT-PCR ଟେଷ୍ଟ କରାଇବେ । ଜ୍ୱର, କାଶ କିମ୍ୱା ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ ଯଦି ଆଣ୍ଟିଜେନ୍ ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିବ ସେକ୍ଷେତ୍ରରେ RT-PCR ଟେଷ୍ଟ କରାଇବା ବାଧ୍ୟତାମୂଳକ ।
ସେହିପରି ଆଣ୍ଟିଜେନ୍ ଟେଷ୍ଟରେ ନେଗେଟିଭ୍ ଚିହ୍ନଟର ୨-୩ ଦିନ ଭିତରେ କୌଣସି ସନ୍ଦିଗ୍ଧଙ୍କ ପାଖରେ ଲକ୍ଷଣ ଦେଖାଦେଲେ ସେକ୍ଷେତ୍ରରେ ବି RT-PCR ଟେଷ୍ଟ କରାଇବା ବାଧ୍ୟତାମୂଳକ ।

ଚିଠିରେ ଉଲ୍ଲେଖ ରହିଛି ଯେ, କିଛି ରାଜ୍ୟରେ ଲକ୍ଷଣ ଥିବା ରୋଗୀଙ୍କ ରାପିଡ୍ ଆଣ୍ଟିଜେନ୍ ଟେଷ୍ଟ ରି‌ପୋର୍ଟ ନେଗେଟିଭ ଆସିବା ପରେ ସେମାନଙ୍କର RT-PCR ପରୀକ୍ଷା କରାଯାଉ ନାହିଁ । ଫଳରେ ଅନେକ ଲୋକଙ୍କର ସଠିକ ସମୟରେ ଚିକିତ୍ସା ହୋଇପାରୁ ନାହିଁ । ସଂକ୍ରମଣ ବି ବଢୁଛି। ଚିକିତ୍ସା ଅଭାବରୁ କିଛି ଲୋକଙ୍କର ମୃତ୍ୟୁ ଘଟୁଛି ।
ଏହାସହ ପ୍ରତ୍ୟେକ ଜିଲ୍ଲାରେ (ଏକ ନିର୍ଦ୍ଦିଷ୍ଟ ଅଧିକାରୀ କିମ୍ବା ଏକ ଟିମ୍) ଓ ରାଜ୍ୟସ୍ତରରେ ଏକ ମନିଟରିଂ ମେକାନିଜିମ୍ କରିବା ପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକୁ କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ।

Leave A Reply

Your email address will not be published.