Latest Odisha News

BREAKING NEWS

Yearly Archives

2021

ମାଆକୁ ମହଙ୍ଗା ପଡିଲା ପୁଅ ପ୍ରତି ଅନାବିଳ ପ୍ରେମ, ଅବହେଳାରେ ଚାଲିଗଲା ନୀରିହ ଜୀବନ

ଉମରକୋଟ: ସାମାନ୍ୟ ପେନ୍‌ସନ ଟଙ୍କା ପାଇଁ ବଳିପଡିଲେ ବିଧବା ବୃଦ୍ଧା । ବଡ ପୁଅର ମୃତ୍ୟୁ ପରେ ବୋହୁର ନିର୍ଯାତନା ଓ ଅବହେଳାରେ ପ୍ରାଣ ହରାଇଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳର କୁସୁମ ନାୟକ । ଉମରକୋଟ ଶିବାଜୀ ନଗରରେ ଉଦ୍ଧାର ହୋଇଛି କୁସୁମ ନାୟକ ନାମକ ଜଣେ ବିଧବା ବୃଦ୍ଧାଙ୍କ ଗଳିତ…

କାଁ ଭାଁ ବର୍ଷା ସହ ବଜ୍ରପାତ ସମ୍ଭାବନା

ଭୁବନେଶ୍ୱର: ଆଜି କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି । ବର୍ଷା ସହ ବଜ୍ରପାତ ହେବାର ସମ୍ଭାବନା ଥିବାରୁ ପାଣି ପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।ଏହି ସବୁ ଜିଲ୍ଲା ଗୁିଡିକ ହେଉଛି କଟକ ,ଖୋର୍ଦ୍ଧା .ଭୁବନେଶ୍ୱର,ନୟାଗଡ଼,ପୁରୀ ବୌଦ୍ଧ ଏବଂ କଳାହାଣ୍ଡି । ଆଗାମୀ…

ପ୍ରଭାସଙ୍କ ୨୫ତମ ଫିଲ୍ମର ନାମ ସ୍ପିରିଟ

ମୁମ୍ବାଇ: ତେଲୁଗୁ ସୁପରଷ୍ଟାର ପ୍ରଭାସ ତାଙ୍କ କ୍ୟାରିୟରର ୨୫ତମ ଫିଲ୍ମର ନାମ ଘୋଷଣା କରିଛନ୍ତି । ବାହୁବଳୀ ଫେମ ପ୍ରଭାସଙ୍କ ଆଗାମୀ ଫିଲ୍ମର ନାମ ସ୍ପିରିଟ ରଖାଯାଇଛି । ତାମିଲ, ତେଲୁଗୁ, କନ୍ନଡ, ମାଲାୟଲମ, ହିନ୍ଦୀ, ଜାପାନୀ, ଚାଇନିଜ ଓ କୋରିଆ ଭାଷାରେ ଏହି ଫିଲ୍ମ ରିଲିଜ ହେବ । ଟି ସିରିଜ…

ପାରାଦୀପ ବନ୍ଦରର ନୂତନ ଅଧ୍ୟକ୍ଷ ହେଲେ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ

ପାରାଦୀପ :  ପାରାଦୀପ ପୋର୍ଟ ଟ୍ରଷ୍ଟର ନୂଆ ଅଧ୍ୟକ୍ଷ ପୋଲାମରାଜୁ ଲକ୍ଷ୍ମୀ ହାରାନ୍ଦ ଦାୟିତ୍ୱ ଗ୍ରହଣ କରିଛନ୍ତି । ପାରାଦୀପରେ ପହଁଚିବା ପରେ ବନ୍ଦର ପ୍ରଶାସନିକ କାର୍ଯ୍ୟାଳୟରେ ବନ୍ଦର ପକ୍ଷରୁ ତାଙ୍କୁ ସ୍ୱାଗତ କରାଯିବା ସହ ଗାର୍ଡ ଅଫ୍ ଅନର ଦିଆଯାଇଥିଲା । ଭାରତର ଦ୍ଵିତୀୟ ମେଜର ପୋର୍ଟର…

ସହାୟତା ରାଶି ହଡ଼ପ ଅଭିଯୋଗ,ବିସ୍ଥାପିତଙ୍କ ବିକ୍ଷୋଭ

ନୂଆପଡା: ନୂଆପଡା ଜିଲ୍ଲା ଲୋୟର ଇନ୍ଦ୍ର ବିସ୍ଥାପିତଙ୍କ ସହାୟତା ଅର୍ଥ ରାଶି ଆତ୍ମସାତ ଘଟଣା । ଅନେକ ଦିନର ନିରବ ପରେ ଜଣେ ଦଲାଲ ମଧ୍ୟସ୍ଥି ଶ୍ୟାମ କୁମାର ଅଗ୍ରୱାଲକୁ ଗିରଫ କରି କୋର୍ଟ ଚାଲାଣ କରିଛି ଖଡ଼ିଆଳ ପୋଲିସ । ଘଟଣା ପରେ ପୂର୍ବତନ ଭୁ-ଅର୍ଜନ ଅଧିକାରୀ ନନ୍ଦ କିଶୋର ତାଣ୍ଡି ଫେରାର…

୨ ଶିକ୍ଷକଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ଏବେ ବାରମ୍ବାର ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛନ୍ତି । ଶ୍ରୀନଗରର ଇଦଗାହ ଅଂଚଳର ସରକାରୀ ହାୟର ସେକେଣ୍ଡାରୀ ସ୍କୁଲ ମଧ୍ୟକୁ ୨ରୁ୩ଜଣ ଆତଙ୍କବାଦୀ ପ୍ରବେଶ କରି ପ୍ରିନ୍ସପାଲ ସତିନ୍ଦର କୌର ଓ ଶିକ୍ଷକ ଦୀପକ ଚାନ୍ଦଙ୍କୁ ଗୁଳି କରିଥିଲେ । ଏହା…

ରାଜ୍ୟରେ ସ୍କ୍ରାପ ପଲିସି କାର୍ଯ୍ୟକାରୀ ନେଇ ନିଷ୍ପତ୍ତି ହୋଇନାହିଁ: ପରିବହନ ମନ୍ତ୍ରୀ

ଭୁବନେଶ୍ୱର : କେନ୍ଦ୍ରର ସ୍କ୍ରାପ ପଲିସି ନେଇ ରାଜ୍ୟ ସରକାର ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇନାହାଁନ୍ତି  ବୋଲି ମନ୍ତ୍ରୀ ପଦ୍ମନାଭ ବେହେରା ପ୍ରତିକ୍ରିୟା ରଖିଛନ୍ତି । ରାଜ୍ୟରେ କାର୍ଯ୍ୟକାରୀ ନେଇ କିଛି ନିଷ୍ପତ୍ତି ହୋଇନି । ଗାଡି ଯଦି ଖରାପ ଥିବ ସେ ସଂକ୍ରାନ୍ତରେ ବିଚାର କରାଯିବ । ଯଦି ଗାଡ଼ି…

ପିସିସି ସଭାପତି ପଦରୁ ଇସ୍ତଫା ନେଇ ମୁହଁ ଖୋଲିଲେ ନିରଞ୍ଜନ

ଭୁବନେଶ୍ୱର : ପିସିସି ସଭାପତି ପଦରୁ ଇସ୍ତଫା ନେଇ ପ୍ରତିକ୍ରିୟା ରଖିଛନ୍ତି  ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ଚିରସ୍ଥାୟୀ ନୁହଁ ବୋଲି ସେ କହିଛନ୍ତି ।ସଭାପତି ରହିବା ନରହିବା ହାଇକମାଣ୍ଡଙ୍କ ଉପରେ ନିର୍ଭର କରେ ବୋଲି ସେ ପ୍ରତିକ୍ରିୟା ରଖିଛନ୍ତି । ମୁଁ ବହୁତ ଦିନ…

ସିଆର୍‌ପିଏଫ୍ ଯବାନଙ୍କ ରହସ୍ୟଜନକ ମୃତ୍ୟୁ, ହତ୍ୟା ସନ୍ଦେହ

ସୁବର୍ଣ୍ଣପୁର: ଜଣେ ସିଆର୍‌ପିଏଫ୍ ଯବାନଙ୍କ ମୃତ୍ୟୁ ଘଟଣା ସୁବର୍ଣ୍ଣପୁରରେ ଚାଚଂଲ୍ୟ ଖେଳାଇଛି । ମୃତ ଯବାନ ପ୍ରତାପ ନାଏକଙ୍କ ଘର ମଝିପଡା ବୋଲି ଜଣାପଡିଛି । ଟ୍ରେନରେ ଘରକୁ ଫେରୁଥିବାବଳେ ଆସାମର ଲମଟିଂରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ତାଙ୍କ ମୃତଦେହରେ ବହୁ ଗଭୀର ଆଘାତ ଥିବାବେଳେ…

ହୁ ହୁ ବଢୁଛି ପିଆଜ ଦର

ଭୁବନନେଶ୍ୱର: ହୁ ହୁ ବଢୁଛି ପିଆଜ ଦର ।  ଅକ୍ଟୋବର ଆରମ୍ଭରୁ ତଥା ପାର୍ବଣ ଋତୁ ଆରମ୍ଭ ହେବା ପୂର୍ବରୁ ପୁଣି ବଢ଼ିଲା ପିଆଜ ଦର । ତୈଳ ଦର ପରେ କନ୍ଦାଇଲା ପିଆଜ । ଗତ ୨ ଦିନ ଭିତରେ ପିଆଜ କିଲୋ ଉପରେ ୨୦ ଟଙ୍କା ବୃଦ୍ଧି ପାଇଛି । ମହଙ୍ଗା ମାଡ଼କୁ ନେଇ ଖାଉଟି ହନ୍ତସନ୍ତ ହେଉଛନ୍ତି । ଚଳିତ…