Latest Odisha News

ଆଜି ଓଡିଶା ଆସିବେ ଖଡଗେ, ‘ଓଡ଼ିଶା ବଞ୍ଚାଅ ସମାବେଶ’ କୁ ସମ୍ବୋଧନ କରିବେ

ଭୁବନେଶ୍ବର: ୨୦୨୪ ନିର୍ବାଚନକୁ ନେଇ ଗରମାଗରମ ହୋଇପଡିଛି ରାଜ୍ୟ ରାଜନୀତି । ଆଜି ଓଡିଶା ଆସୁଛନ୍ତି କଂଗ୍ରେସ ଅଧ୍ୟକ୍ଷ ମାଲିକାର୍ଜୁନ ଖଡ଼ଗେ । ଭୁବନେଶ୍ବରରେ ଏକ ସାଧାରଣ ସଭାକୁ ସମ୍ବୋଧନ କରିବେ କର୍ମୀଙ୍କୁ ମନ୍ତ୍ର ଦେବେ ଖଡଗେ ।

ଏହି ସାଧାରଣ ସଭାକୁ କଂଗ୍ରେସ ‘ଓଡ଼ିଶା ବଞ୍ଚାଅ ସମାବେଶ’ ନାମରେ ନାମିତ କରିଛି । ସମାବେଶରେ ହଜାର ହଜାର କର୍ମୀ ସାମିଲ ହେବା ନେଇ ଲକ୍ଷ୍ୟ ରଖିଛି ଦଳ । ଖଡଗେଙ୍କ ଗସ୍ତକୁ ନେଇ ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି । ତେବେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଖଡଗେଙ୍କର ଏହା ହେଉଛି ପ୍ରଥମ ଓଡ଼ିଶା ଗସ୍ତ ।

ସମାବେଶ ପରେ କଂଗ୍ରେସର ବରିଷ୍ଠ ନେତା ଏବଂ ସହଯୋଗୀ ଦଳଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ସେହିପରି ରାହୁଲଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରାର ପ୍ରସ୍ତୁତି ମଧ୍ୟ ତଦାରଖ କରିବେ । ଏ ନେଇ ବିଜେଡି କହିଛି, ନିର୍ବାଚନ ପାଖେଇଲେ କେନ୍ଦ୍ରୀୟ ନେତା ସବୁ ଆସନ୍ତି । କିନ୍ତୁ ଓଡ଼ିଶାରେ ଏହାର କୌଣସି ପ୍ରଭାବ ପଡିବନି ।

 

Leave A Reply

Your email address will not be published.