Latest Odisha News

ଅଶାନ୍ତ ମଣିପୁର, ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ସୁରକ୍ଷାକର୍ମୀ

ଇମ୍ଫାଲ୍: ଅଶାନ୍ତ ମଣିପୁରରେ ଏନକାଉଣ୍ଟର । ୪୦ ସନ୍ଦିଗ୍ଧଙ୍କୁ ଗୁଳି କଲେ ମଣିପୁର ପୋଲିସର ଯବାନ । ମଣିପୁରର ଏକାଧିକ ଅଞ୍ଚଳରେ ୮ ଘଣ୍ଟା ଧରି ଅପରେସନ୍ ପରେ ହିଂସାରେ ସମ୍ପୃକ୍ତ ୪୦ ଜଣ ସନ୍ଦିଗ୍ଧଙ୍କୁ ଗୁଳି କରିଛନ୍ତି ସୁରକ୍ଷାକର୍ମୀ । ଏନେଇ ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବିରେନ୍ ସିଂ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ୪୦ ଆତଙ୍କବାଦୀ ନିହତ ହୋଇଛନ୍ତି ।

ସେ ଆହୁରି କହିଛନ୍ତି, ନିହତ ଆତଙ୍କବାଦୀଙ୍କ ହାତରେ ଏମ୍-୧୬ ଓ ଏକେ-୪୭ ବନ୍ଧୁକ ଥିଲା । ସେମାନେ ଗ୍ରାମବାସୀଙ୍କ ଘର ଜାଳି ଦେବାକୁ ଆସିଥିଲେ । ଆମେ ସୁରକ୍ଷାକର୍ମୀଙ୍କ ସହାୟତାରେ ସେମାନଙ୍କ ବିରୋଧରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନେଉଛୁ ।

ଅସ୍ତ୍ରଶସ୍ତ୍ର ଧାରଣ କରି ନଥିବା ସାଧାରଣ ଲୋକଙ୍କୁ ଆତଙ୍କବାଦୀ ଟାର୍ଗେଟ୍ କରୁଥିଲେ ବୋଲି କହିଛନ୍ତି ମଣିପୁର ମୁଖ୍ୟମନ୍ତ୍ରୀ । ସନ୍ଦିଗ୍ଧ ମାନେ ୫ଟି ସ୍ଥାନରେ ଆକ୍ରମଣ କରିବା ସହ ଇମ୍ଫାଲ୍ ଭ୍ୟାଲି ଆଡ଼କୁ ରାତି ୨ଟାରେ ଅଗ୍ରସର ହେଉଥିଲେ ।

ସକମାଇ, ସୁଗ୍ନୁ, କୁମ୍ବି, ଫାୟେଙ୍ଗ ଓ ସେରୋଉ ଆଦି ଅଞ୍ଚଳରେ ସନ୍ଦିଗ୍ଧ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଏବେବି ରାସ୍ତା ଉପରେ ପଡ଼ି ରହିଛି ଅନେକ ରକ୍ତାକ୍ତ ମୃତଦେହ । ୧୦ ଜଣଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ହିଂସା ପାଇଁ ମଣିପୁରରେ ଗତ ୨୫ ଦିନ ହେଲା ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।

Leave A Reply

Your email address will not be published.