ନୂଆଦିଲ୍ଲୀ: ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ନିଜର ଲୋକପ୍ରିୟ ସ୍କୁଟର ଡିଓର ଏକ ନୂତନ ମଡେଲ ଲଞ୍ଚ କରିଛି । କମ୍ପାନୀ ଏହାର ନୂଆ ସ୍କୁଟର ହୋଣ୍ଡା ଡିଓ (2025 Honda Dio)କୁ ଅପଡେଟ୍ କରି ଲଞ୍ଚ କରିଛି । ଯାହାକୁ OBD2B ନିୟମ ଅନୁଯାୟୀ ଅପଡେଟ୍ କରାଯାଇଛି । ଏଥିରେ ଏକ ନୂତନ ୧୦୯.୫୧ ସିସି ଇଞ୍ଜିନ୍, ଆଇଡଲିଂ ଷ୍ଟପ୍ ସିଷ୍ଟମ୍, ୪.୨ଇଞ୍ଚର ଟିଏଫଟି ଡିସପ୍ଲେ ଏବଂ USB ଟାଇପ୍-ସି ଚାର୍ଜିଂ ପୋର୍ଟ ରହିଛି | କମ୍ପାନୀ କହିଛି ଯେ ଯୁବବର୍ଗଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଏହି ସ୍କୁଟରକୁ ସ୍ୱତନ୍ତ୍ର ଭାବେ ଡିଜାଇନ୍ କରାଯାଇଛି ।
ମୋଟ୍ ୫ଟି କଲରର ଅଫ୍ସନ ରହିଛି । Imperial Red Metallic, Pearl Igneous Black, Pearl Igneous Black + Pearl Deep Ground Gray, Mat Marvel Blue, ଏବଂ Mat Axis Gray Metallicର ଅପସନ ମିଳିବ । ନୂତନ 2025 ହୋଣ୍ଡା ଡିଓର ବେସ୍ ଭାରିଆଣ୍ଟ Dio STD ର ଏକ୍ସ-ଶୋରୁମ୍ ମୂଲ୍ୟ ୭୪୯୩୦ ଟଙ୍କା ଏବଂ Dio DLX ର ଏକ୍ସ-ସୋରୁମ୍ ମୂଲ୍ୟ ୮୫୬୪୮ ଟଙ୍କା ରହିଛି ।
2025 Honda Dio ସ୍କୁଟରରେ ୧୦୯.୫୧cc ର କ୍ଷମତା ବିଶିଷ୍ଟ ଏକ ଇଞ୍ଜିନ୍ ଦିଆଯାଇଛି । ଯାହା ସହିତ PGM-FI ଟେକ୍ନୋଲୋଜି ରହିଛି । ସିଙ୍ଗଲ ସିଲିଣ୍ଡର ଭଳି ଇଞ୍ଜିରୁ ୫.୮୫ କିଲୋୱାଟ୍ ପାୱାର ଏବଂ ୯.୦୩ ନ୍ୟୁଟନ୍ ମିଟର ଟର୍କ ପ୍ରଦାନ କରିଥାଏ । ଏହାର ଲମ୍ବ ୧୮୦୮ ମିମି, ଚଉଡ଼ା ୭୨୪ମିମି, ଉଚ୍ଚତା ୧୧୫୦ମିମି ରହିଛି । ଏହାର ହ୍ବିଲବେସ୍ ୧୨୬୦ମିମି ଥିବା ବେଳେ ଗ୍ରାଉଣ୍ଡ କ୍ଲିୟରାନ୍ସ ୧୬୦ମିମି ରହିଛି । ଏହାର ଓଜନ ୧୦୩ କିଲୋଗ୍ରାମ ଥିବା ବେଳେ ଇନ୍ଧନ ଟାଙ୍କିର କ୍ଷମତା ୫.୩ ଲିଟର ଅଛି ।