Latest Odisha News

BREAKING NEWS

Mahodadhi Alati Annual Festival: ମହୋଦଧି ଆଳତୀ ବାର୍ଷିକ ମହୋତ୍ସବ ଏହି ଦିନ ପାଳନ ହେବ; ଯୋଗ ଦେବେ ପୁରୀ ଶଙ୍କରାଚାର୍ଯ୍ୟଙ୍କ ସମେତ…

ପୁରୀ: ପ୍ରତିବର୍ଷ ଭଳି ଚଳିତ ବର୍ଷ ବିଂଶତମ ତୀର୍ଥରାଜ ଶ୍ରୀ ମହୋଦଧି ନିତ୍ୟ ସନ୍ଧ୍ୟା ଆଳତୀ କାର୍ଯ୍ୟକ୍ରମର ବାର୍ଷିକ ଉତ୍ସବ ପୌଷ ପୂର୍ଣ୍ଣିମା ଅବସରରେ ଇଂରାଜୀ ତିଥି ଅନୁଯାୟୀ ତା ୦୩.୦୧.୨୦୨୬ ଶନିବାର ଦିନ ସ୍ବର୍ଗଦ୍ବାର ସମ୍ମୁଖ ସମୁଦ୍ର ବେଳାଭୂମିରେ ଅନୁଷ୍ଠିତ ହେବ ।

ଏହି କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ । ଗୋବର୍ଦ୍ଧନ ମଠ ପୁରୀ ପୀଠର ପୀଠାଧୀଶ୍ବର ୧୪୫ ତମ ଶ୍ରୀମଦ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ପୂଜ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ଵତୀ ମହାଭାଗ ଆଜକୁ ପ୍ରାୟ ୨୦ ବର୍ଷ ପୂର୍ବେ ସାଗର ତଟ ବେଳାଭୂମିର ସୁରକ୍ଷା,ସାଗର ତଟ ଏକ ଆଧ୍ୟାତ୍ମିକ ବାତାବରଣରେ ପରିଣତ ହେଉ ଏହି ଭାବନାକୁ ପୂର୍ତ୍ତି କରିବାକୁ ଯାଇ, ଏହି ତୀର୍ଥରାଜ ମହୋଦଧୀ ସମୁଦ୍ର ଭଗବାନଙ୍କ ନିତ୍ୟ ସନ୍ଧ୍ୟା ଆରତୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ପବିତ୍ର ପୌଷ ପୂର୍ଣ୍ଣିମା ତିଥିରେ ।

ଚଳିତ ବର୍ଷ ଏହି ଆଳତୀ କାର୍ଯ୍ୟକ୍ରମର ବିଂଶତମ ବର୍ଷର ଉତ୍ସବ ମହାଆଡମ୍ବରରେ ପାଳନ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମ ଏକ ଜାତୀୟ କାର୍ଯ୍ୟକ୍ରମର ମାନ୍ୟତା ପାଇଛି । ପୂର୍ବ ଦିନରେ ଭାରତର ବିଭିନ୍ନ କୋଣ ଅନୁକୋଣରୁ ସନ୍ଥ, ମହନ୍ତ, ମଠ ସେବାୟତ ବିଶିଷ୍ଟ ବ୍ୟକ୍ତି, ବିଦ୍ବାନମାନେ ଓ ବିଭିନ୍ନ ରାଜନୈତିକ ଦଳର ବ୍ୟକ୍ତି ଏହି କାର୍ଯ୍ୟକ୍ରମ ରେ ଭାଗ ନେଇଥାନ୍ତି ।

ଗୋବର୍ଦ୍ଧନ ପୀଠର ଜୟ ଘୋଷ ହେଉଛି “ବିଶ୍ବ କା କଲ୍ୟାଣ ହୋ, ପ୍ରାଣୀଓ ମେଁ ସଦଭାବନା ହୋ “। ସମସ୍ତ ଜୀବଜଗତ ତଥା ପ୍ରାଣୀଙ୍କ କଲ୍ୟାଣ ଭାବନାରେ ଶଙ୍କରାଚାର୍ଯ୍ୟ ଏହି ନିତ୍ୟ ସନ୍ଧ୍ୟା ଆଳତୀର ପ୍ରକଳ୍ପ ଆରମ୍ଭ କରିଛନ୍ତି । ଏହି ସମସ୍ତ କାର୍ଯ୍ୟକ୍ରମ ତୀର୍ଥରାଜ ମହୋଦଧି ଆଳତୀ ସମିତି ଶ୍ରୀ ଗୋବର୍ଦ୍ଧନ ମଠ ଦ୍ବାରା ପରିଚାଳିତ ହୋଇଥାଏ |

ପୂଜ୍ୟ ସ୍ବାମୀ ନିର୍ବିକଳ୍ପାନନ୍ଦ ସରସ୍ୱତୀ ମହାରାଜଙ୍କ ମାର୍ଗଦର୍ଶନରେ ମହୋଦଧୀ ଆଳତୀ ସମିତିର ଅଧକ୍ଷ ପ୍ରଶାନ୍ତ ଆଚାର୍ଯ୍ୟ, ସମ୍ପାଦକ ପ୍ରକାଶ ଶତପଥୀ, ଆଦିତ୍ୟ ବାହିନୀ ଓଡିଶା ପ୍ରାନ୍ତ ର ଅଧକ୍ଷ ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ଉପାଧ୍ଯକ୍ଷ ରଘୁନାଥ ମହୁନ୍ତ, ସାଧାରଣ ସମ୍ପାଦକ ସତ୍ୟଜିତ ବେଜ ଏବଂ ଆଳତୀ ସମିତିର ସଦସ୍ୟ ଗଣେଶ୍ବର ମହାସୁଆର ପୂର୍ଣ ଚନ୍ଦ୍ର ଖୁଣ୍ଟିଆ, ଦେବାଶିଷ ମିଶ୍ର, ତନ୍ମୟ ଚାଟାର୍ଜୀ, ବିଶ୍ୱ ଶାନ୍ତ ତ୍ରିପାଠୀ ଇତ୍ୟାଦିଙ୍କ ସଂଯୋଜନାରେ ଏଇ କାର୍ଯ୍ୟକ୍ରମ ପରିଚାଳନା ହୋଇଥାଏ ।

Leave A Reply

Your email address will not be published.